କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର । ନୂଆ ପ୍ରଭାରୀଙ୍କୁ ନେଇ ରାଜ୍ୟ କଂଗ୍ରେସ ଏବେ ପୂରା ଉତ୍ସାହିତ । ଦାୟିତ୍ୱ ପାଇବା ପରେ ପ୍ରଥମ ଥର ଓଡିଶା ଆସୁ ଆସୁ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ଅଜୟ । ଗତକାଲି ଓଡିଶା କଂଗ୍ରେସ ନୂଆ ପ୍ରଭାରୀ ପ୍ରଥମ ଦିନରୁ ଦଳୀୟ କର୍ମୀମାନଙ୍କ ସହ ଆଟଲୋଚନା କରିବା ସହ ମାଷ୍ଟରପ୍ଲାନ ବତେଇଛନ୍ତି ଡ. ଅଜୟ କୁମାର । ଭୁବେଶ୍ୱରରେ ପାଦ ଦେଉ ଦେଉ ଏଠାରେ ଓଡିଆ ଲୋକଙ୍କ ଶାସନ ବଦଳରେ ବିଦେଶୀ ଶାସନ ଚାଲିଛି ବୋଲି କହି କଟାକ୍ଷ କରିଛନ୍ତି ଅଜୟ । ଏହା ସହ ବାହାର ଲୋକଙ୍କୁ ହଟାଅ, ଓଡିଶା ବଞ୍ଚାଅର ନାରା ମଧ୍ୟ ଦେଇଥିଲେ ଅଜୟ । ଓଡିଶାରେ ଶାସନ ଓଡିଆ ଲୋକଙ୍କ ଦ୍ୱାରା, ଓଡିଆ ଲୋକଙ୍କ ପାଇଁ ଏବଂ ଓଡିଆ ଲୋକଙ୍କ ମାଧ୍ୟମରେ ହେବା ଦରକାର କହିଥିଲେ କଂଗ୍ରେସର ନୂଆ ପ୍ରଭାରୀ । ରାଜ୍ୟରେ ୭୦ଟି ବିଧାନସଭା ଏବଂ ୧୨ ରୁ ୧୪ଟି ସଂସଦୀୟ କ୍ଷେତ୍ରରେ କଂଗ୍ରେସର ସ୍ଥିତି ଭଲ ଅଛି କହିଲେ ଅଜୟ । ସେପଟେ ନୂଆ ପ୍ରଭାରୀଙ୍କ ଷ୍ଟ୍ରାଟେଜୀ ବିଜେଡି ଉପରେ କିଛି ପ୍ରଭାବ ପକାଇବନି ବୋଲି କହିଲେ ବିଜେଡି ନେତା । ଓଡଶାରେ ନବୀନଙ୍କ ଲୋକପ୍ରିୟତା ରହିଛି । ଦିଲ୍ଲୀରୁ ନେତା ଡାକି ନିଜର ସ୍ଥିତି ବଞ୍ଚାଇବା ପାଇଁ ବିରୋଧୀ ଚେଷ୍ଟା କରୁଛି । ଏପଟେ ବିଜେପି କହିଛି ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ ସରକାରରେ ଥାଇ ବି ପରାଜୟ ହେଲା । ଓଡିଶାରେ ତ କଂଗ୍ରେସର କିଛି ବି ନାହିଁ । ତେବେ ଆଇପିଏସରୁ ରାଜନେତା ହୋଇଥିବା ଅଜୟଙ୍କ ବିଜୟ ମନ୍ତ୍ର କେତେ କାମ କରୁଛି ତାକୁ ନେଇ ରାଜନୀତି ବି ଘନେଇଲାଣି ।

You can share this post!
author