ଝାଡଖଣ୍ଡ ନିର୍ବାଚନକୁ ନେଇ ଏବେ ଓଡିଶାରେ ରାଜନୀତି ସରଗରମ .ଲୋକେ କହୁଛନ୍ତି ଓଡ଼ିଆ ଏଏସଓଙ୍କୁ ରାଜ୍ୟପାଳଙ୍କ ଝାଡ଼ଖଣ୍ଡି ପୁଅ ପିଟିଲା . କିନ୍ତୁ ତାଙ୍କୁ ଗିରଫ କଣ କରିବେ ବଦଳ.ରେ ତାଙ୍କ ସ୍ତ୍ରୀ ପାଇଁ ଝାଡ଼ଖଣ୍ଡରେ ଯାଇ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ .ଏବେ କୁଆଡେ ଗଲା ଓଡ଼ିଆ ଅସ୍ମିତା .ତେବେ ନିକଟରେ ମୁଖ୍ୟମନ୍ତ୍ରୀ ଷ୍ଟାର ପ୍ରଚାରକ ଭାବେ ଝାଡ଼ଖଣ୍ଡରେ ରଣହୁଙ୍କାର ଦେଇଥିଲେ . ବିଜେପିକୁ ସେଠାରେ ବିଜୟ ଦେବାପାଇଁ ଆଗଧାଡ଼ିର ଅସ୍ତ୍ର ପାଲଟିଥିଲେ .
ସେହିପରି ଜାମସେଦପୁର ପୂର୍ବରେ ଏଥର ଦେଖିବାକୁ ମିଳିଥିଲା କାଂଟେ କି ଟକ୍କର .ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣିମା ଦାସ ଏଠାରୁ ମଇଦାନରେ ରହିଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ହେଭିୱେଟ ନେତା ତଥା କଯଗ୍ରେସର ଓଡ଼ିଶା ପ୍ରଭାରି ଅଜୟ କୁମାର .
ତେବେ ଲୋକେ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯାଇଛନ୍ତି ମାନେ ସେ ପୂଣ୍ଣିମା ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି . ପ୍ରକୃତରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡର ଷଡ଼େଇକଳାରେ ବିରାଟ ଜନସଭାକୁ ସମ୍ବୋଧନ କରି ବିଜେପି ପ୍ରାର୍ଥୀ ଚମ୍ପେଇ ସୋରେନଙ୍କ ପାଇଁ ପ୍ରଚାର କରିଥିଲେ .ଜନସଭାରେ ଲୋକଙ୍କ ଉତ୍ସାହ ଦର୍ଶାଉଛି ଏଥର ଝାରଖଣ୍ଡରେ ପଦ୍ମ ଫୁଟିବ ବୋଲି କହିଥ ିଲେ .ଆଉ ୧୨ ଦିନ ପରେ ଦୁର୍ନିତୀଗ୍ରସ୍ତ ଜେଏମଏମ ସରକାରକୁ ବାଏ ବାଏ କରିବେ ଝାଡ଼ଖଣ୍ଡ ବାସୀ .ନଭେମ୍ବର ୨୩ରେ ଝାରଖଣ୍ଡରେ ବାସୀ ନୂଆ ସକାଳ ଦେଖିବେ .ଓଡିଶା ବାସୀ ଯେମିତି ଡବଲ ଇଞିନ ସରକାର ଦ୍ୱାରା ଉପକୃତ ହେଉଛନ୍ତି ,ଝାରଖଣ୍ଡ ବାସୀ ମଧ୍ୟ ସେମିତି ଉପକୃତ ହେବେ ବୋଲି କହିଥିଲେ .
ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ସମୟରେ ରାଜ୍ୟପାଳଙ୍କ ପୁଅଙ୍କ ଦ୍ୱାରା ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ନେଇ ବିବାଦ ଦେଖାଦେଇଥିଲା . ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ . ଆଇନ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଥିଲା . ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା . ଏହି ପ୍ରସଙ୍ଗରେ ମଧ୍ୟ ବିଧାନସଭା ବଜେଟ ଅଧିବେଶନରେ ତାତି ଦେଖିବାକୁ ମିଳିଥିଲା . ବିରୋଧୀ ମାନେ ଏହି ଘଟଣାକୁ କେନ୍ଦ୍ର କରି ଗୃହ ତ୍ୟାଗ କରିଥିଲେ .