ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡଗେ

ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡଗେ

ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା 29 ତାରିଖରେ କଂଗ୍ରେସ କରିବ ଓଡିଶା ବଞ୍ଚାଓ ସମାବେଶ । ଲୋୟର ପିଏମଜିଠାରେ ଦଳ ତାର ଶକ୍ତି ପ୍ରଦର୍ଶନ କରିବ । ଖଡଗେ ଓଡ଼ିଶାରେ ପହଞ୍ଚିବା ପରେ ଲୋୟର ପିଏମଜିରେ ହେବାକୁ ଥିବା ଦଳର ଓଡ଼ିଶା ବଞ୍ଚାଓ ସମାବେଶରେ ଯୋଗଦେବେ । ସମାବେଶରେ ଉଦବୋଧନ ଦେଇ ୨୦୨୪ ନିର୍ବାଚନର ବିଗୁଲ ବଜାଇବେ । ପରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ମେଣ୍ଟରେ ଥିବା ଦଳଗୁଡିକ ସହ ଆଲୋଚନା କରିବେ । ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ ।

author

Related Articles

Leave a Reply

Your email address will not be published. Required fields are marked *