ଓଡିଶା ଆସିବେ ରାହୁଲ,ପ୍ରିୟଙ୍କା !

24 ପାଇଁ କଂଗ୍ରେସର ଫୋକସରେ ଓଡ଼ିଶା । କଂଗ୍ରେସକୁ ନେଇ ଆସିଛି ବଡ଼ ସୂଚନା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ସୂଚନା ଅନୁଯାୟୀ ସୁନ୍ଦରଗଡ଼ରେ କଂଗ୍ରେସର ଶୀର୍ଷସ୍ତରୀୟ ନେତା ଏକ ବିଶାଳ ସମାବେଶ କରିପାରନ୍ତି । ଓଡ଼ିଶା ଗସ୍ତର ତାରିଖ ଚୁଡ଼ାନ୍ତ ହେବା ପରେ ସୁନ୍ଦରଗଡରେ ଏହି ସମାବେଶ ହେବ । ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସର ଭୋଟ୍ ଥିବା କୁହାଯାଉଥିବା ବେଳେ ସେହି ଭୋଟକୁ ନିଜ ଆଡକୁ ଆଣିବା ପାଇଁ ପ୍ରୟାସ କରିବ କଂଗ୍ରେସ ।

author

Related Articles

Leave a Reply

Your email address will not be published. Required fields are marked *