ଓଡିଶା ଛାଡିବେ ପ୍ରଫେସର ଗଣେଶୀଲାଲ

ଓଡିଶା ଛାଡିବେ ପ୍ରଫେସର ଗଣେଶୀଲାଲ

ଆଜି ଓଡିଶାରୁ ବିଦାୟ ନେବେ ପ୍ରଫେସର ଗଣେଶୀଲାଲ । ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ଗଣେଶୀଲାଲଙ୍କୁ ସାକ୍ଷାତ କରିଛନ୍ତି । ପ୍ରଫେସର ଗଣେଶୀ ଲାଲଙ୍କ ଦୀର୍ଘ ଓ ସକ୍ରିୟ ସାଧାରଣ ଜୀବନ କାମନା କରିଛନ୍ତି ନବୀନ । ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ଓଡ଼ିଶା ମୋର ଘର । ଏଠି ଆସି ମୋର ପୁନର୍ଜନ୍ମ ହୋଇଛି । ଏଠାକାର ମାଟିରେ ସୁଗନ୍ଧ ଅଛି । ଦୁନିଆରେ ଯେଉଁଠି ବି ବୁଲନ୍ତୁ, ପୁରୀ ଭଳି ଭଲ ପାଇବା କେଉଁଠୁ ପାଇବେନି ବୋଲି ରାଜ୍ୟପାଳ କହିଛନ୍ତି । ୨୦୧୮, ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗ ଦେଇଥିଲେ ପ୍ରଫେସର ଗଣେଶୀ ଲାଲ । ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ । ଆସନ୍ତା ୨୯ ତାରିଖରେ ରଘୁବର ଦାସ ଓଡ଼ିଶାରେ ପହଞ୍ଚିବେ ଏବଂ ୩୧ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ ।

author

Related Articles

Leave a Reply

Your email address will not be published. Required fields are marked *