ଓଡିଶା ପାଇଁ ଧର୍ମେନ୍ଦ୍ରଙ୍କ ୪ଟି ମିଛ…!

ଓଡିଶା ପାଇଁ ଧର୍ମେନ୍ଦ୍ରଙ୍କ ୪ଟି ମିଛ…!

ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ବଡ ବଡ ମିଛ କହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଖାସ କରି ମହିଳାମାନଙ୍କୁ ମିଛ ଲୋଭ ଦେଖାଇଥିଲେ । ମହିଳା ଭୋଟ ବ୍ୟାଙ୍କ ହାତେଇବା ଲକ୍ଷ୍ୟ ରଖି ସେମାନଙ୍କୁ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ । ବିଜେପି ସରକାରକୁ ଆସିଲେ ସୁଭଦ୍ରା ଯୋଜନା ମାଧ୍ୟମରେ ୨ ବର୍ଷକୁ ୫୦ ହଜାର ଟଙ୍କା, ସବୁ ମହିଳାଙ୍କୁ ମାସିକ ୧୦୦୦ ଟଙ୍କାର ଭତ୍ତା ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି ଏବଂ ୩୦୦ ୟୁନିଟ୍ ମାଗଣା ବିଜୁଳି ମୋଦି ଦେବା ନେଇ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ । କିନ୍ତୁ ନିର୍ବାଚନ ପରେ ସେସବୁ ପ୍ରତିଶ୍ରୁତିରୁ ମୁହଁ ମୋଡିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ନା ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା ମିଳୁଛି. ନା ବାର୍ଦ୍ଧକ୍ୟ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଏପରିକି ମାଗଣା ବିଜୁଳି ଆଶା ଛାଡିଦେବା ନେଇ ସିଧା ସିଧା ବିଜେପି ମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ସୁଭଦ୍ରା ଯୋଜନାରେ ୨ ବର୍ଷକୁ ୫୦ ହଜାର ବଦଳରେ ୫ ବର୍ଷକୁ ୫୦ ହଜାର ମିଳିବା ନେଇ ଘୋଷଣା ସରିଛି । ଯାହା ବିଜେପିର ଦୋ ମୁହାଁ ନୀତିକୁ ପଦାରେ ପକାଇଛି ।

ତେବେ କେବଳ ଏତିକି ନୁହେଁ, ନିଜ ଇସ୍ତାହାରରେ ଯେଉଁ ସବୁ ଘୋଷଣା ବିଜେପି କରିଥିଲା ସେଥିରୁ ମଧ୍ୟ ବିଜେପି ମୁହଁ ମୋଡି ସାରିଛି । ନା ବେକାରୀ ସମସ୍ୟା ଦୂର ହେଉଛି, ନା ବିକାଶ ମୂଳକ କାମ ଆଗକୁ ବଢୁଛି । କେବଳ ଘୋଷଣା ଘୋଷଣାରେ ସୀମିତ ରହୁଛି । କିନ୍ତୁ ବିଜେପି ନେତାମାନେ ରାଜ୍ୟରେ ଡବଲ ଇଞ୍ଜିନ ସକାରରରେ ଓଡିଶା ପୂର୍ବ ସରକାର ଅପେକ୍ଷା ଦୁଇ ପାଦ ଆଗକୁ ବଢିଥିବା ବୟାନ ବାଜି କରୁଛନ୍ତି । ଯାହା ବାସ୍ତବ ଚିତ୍ରର ସମ୍ପୂର୍ଣ୍ଣ ଓଲଟା ଚିତ୍ର ବୋଲି କାହାକୁ ଅଛପା ନାହିଁ । ତେବେ ଦେଖାଯାଉ ବିଜେପିର ଦୋ ମୁହାଁ ନୀତିକୁ ନେଇ ବିଜେପି ପ୍ରତି ଲୋକଙ୍କ ଆଭିମୁଖ୍ୟ କିପରି ରହୁଛି ଏବଂ ଆଗାମୀ ନିର୍ବାଚନ ରେ ବିଜେପି ଲୋକଙ୍କ ମନ ଜିଣିପାରୁଛନ୍ତି ନା ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *