ଓଡିଶା ସୀମାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା

ଓଡିଶା ସୀମାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା


ବାହାନଗା ଟ୍ରେନ ଟ୍ରାଜେଡିର ଦୁଃଖ ମନରୁ ଲିଭିନଥିବା ବେଳେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଲୋକ ମନରେ ଭୟ ସୃଷ୍ଟି କରିଛି । ବାହାନଗା ଦୁର୍ଘଟଣାକୁ ୫ମାସ ବି ପୁରିନି ସେ ଭିତରେ ପୁଣି ଓଡିଶା-ଆନ୍ଧ୍ର ସୀମାରେ ରେଳ ଦୁର୍ଘଟଣା ଘଟିଛି । ଦୁଇ ଦୁଇ ଟି ଟ୍ରେନ ପରସ୍ପର ଭିତରେ ଧକ୍କା ହେବା ଫଳରେ ଘଟିଯାଇଛି ଏହି ଭୟଙ୍କର ରେଳ ଦୁର୍ଘଟଣା । ଯାହାର ଦୃଶ୍ୟକୁ ଦେଖିଲେ ଛାତି ଥରି ଉଠିବ । ଓଡିଶା-ଆନ୍ଧ୍ର ସୀମାରେ ବିଶାଖାପାଟଣା-ପଲାସା ଓ ବିଶାଖାପାଟଣା-ରାୟଗଡା ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଜୟନଗରମର ଆଲମଣ୍ଡା-କଣ୍ଟକପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରେନକୁ ଅନ୍ୟ ଟ୍ରେନଟି ପଛ ପଟୁ ଧକ୍କା ଦେଇଛି । ବିଶାଖାପାଟଣା-ପଲାସାକୁ ଧକ୍କା ଦେଲା ବିଶାଖାପଟାଣା-ରାୟଗଡା ଟ୍ରେନ୍ । ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆଲମଣ୍ଡା-କାଣ୍ଟାକାପାଲିରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନ୍ ଧକ୍କା ଦେବା ଫଳରେ ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ତେବେ ସୂଚନା ମୁତାବକ, ଏହି ଟ୍ରେନ୍ ଦୁର୍ଘଟଣା ପଛରେ ମନୁଷ୍ୟକୃତ ଭୁଲ, ସିଗନାଲ ଓଭରସୁଟିଂ ହିଁ ମୁଖ୍ୟ କାରଣ ବୋଲି ପ୍ରାଥମିକ ଭାବେ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ ବିଶାଖାପାଟଣା-ପଲାସାର ଦୁଇଟି ବଗି ସହିତ ବିଶାଖାପାଟଣା-ରାୟଗଡାର ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । ତେବେ ସରକାରୀ ସ୍ତରରେ ରେଳ ବିଭାଗ ପକ୍ଷରୁ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଓ ୫୦ ଜଣ ଆହତ ହୋଇଥିବା ସୂଚନା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *