ଖଲ୍ଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା କେଶପୁର ଛକ ଓଭରବ୍ରିଜ ପାଖରେ ବର୍ଷ ବର୍ଷ ଧରି ବେଆଇନ ଦଖଲ କରି ବିଭିନ୍ନ କ୍ଷୁଦ୍ର ଓ ନାମମାତ୍ର ବ୍ୟବସାୟ ଅସ୍ଥାୟୀ ଭାବେ ଚାଲି ଆସୁଥିଲା । କେତକ ଲୋକ ଜାତୀୟ ରାଜପଥ କଡରେ ଥିବା ଡ୍ରେନ ଦଖଲ କରି ସ୍ଥାୟୀ ଘର କରିଥିବା ଅଭିଯୋଗ ହୋଇ ଆସୁଥିଲା ।ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିବା ପରେ ରାସ୍ତାକୁ ପ୍ରଶସ୍ତ ଓ ସୁଗମ କରିବା ପାଇଁ ରାଜସ୍ବ ପ୍ରଶାସନ ତରଫରୁ ପ୍ରାୟ 20 ଗୋଟି ସ୍ଥାୟୀ ଓ ଅସ୍ଥାୟୀ ଜବରଦଖଲ କାରୀଙ୍କୁ ଉଛେଦ କରାଯାଇଥିବା ଜଣାପଡିଛି । ଉକ୍ତ ଉଛେଦ ସମୟରେ ତିନି ପ୍ଲାଟୁନ ପୋଲିସ ବଳ ସହ ମାଜିଷ୍ଟ୍ରେଟ ତଥା ଖଲ୍ଲିକୋଟ ତହସିଲଦାର ଡ଼ଃ ଆର୍ଯ୍ୟ କୁମାର ଶର୍ମା ,ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ ,ଏସ ଆଇ ଦେବଦତ ପ୍ରିୟ ଦର୍ଶୀ ଏସ ଆଇ ମାନସୀ ସାହୁ ଏସଆଇ ଏ ପି ମହାପାତ୍ର ଏସ ଆଇ ବବିତା ପ୍ରଧାନ ଏସ ଆଇ ସୁଜାତା ସାହୁ କେଶପୁର ଆର ଆଇ ମୋହନ ପାତ୍ର ଓ ରାଜସ୍ବ ସୁପର ଭାଇଜର ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ରାଜସ୍ବ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତରେ ଉଛେଦ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

You can share this post!
author
Related Articles
କାହାକୁ ଛାଡିବେନି ନବୀନ !
- June 7, 2025
ନେତା ଡକାଇଲେ ସମୀର…
- June 7, 2025