ଗତ ନଭେମ୍ବର ୧୨ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଏକ ଦଶ-ଦିବସୀୟ ଛତୁ ମଞ୍ଜି ଉତ୍ପାଦନ ତାଲିମ ଶିବିର | ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵିଦ୍ୟାଳୟ ଅଧିନସ୍ଥ ସର୍ବଭାରତୀୟ ସମନ୍ୱିତ ଛତୁ ଗବେଷଣା ପ୍ରକଳ୍ପ ଠାରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩୦ ଜଣ ପୁରୁଷ ଓ ମହିଳା ଶିକ୍ଷାର୍ଥୀ ଅଂଶ ଗ୍ରହଣ କରି ତାଲିମ ନେଇଥିଲେ । ମାଧ୍ୟମ ପ୍ରସ୍ତୁତି ଠାରୁ ଆରମ୍ଭ କରି ପେଶିପୋଷଣ ପଦ୍ଧତିରେ ମୂଳ ଫିମ୍ପି ସୃଷ୍ଠି କରିବା, ଏହି ଫିମ୍ପି ରୁ ପୁନର୍ବାର ଫିମ୍ପି ତିଆରି କରି ତାର ଉପଯୁକ୍ତ ରକ୍ଷଣା ବେକ୍ଷଣ କରିବା ଓ ଏହି ଫିମ୍ପି କୁ ବ୍ୟବହାର କରି ଉନ୍ନତ ମାନ ର ଛତୁମଞ୍ଜି ତିଆରି କରିବାର ବୈଜ୍ଞାନିକ ଜ୍ଞାନକୌଶଳ ଉପରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରା ଯାଇଥିଲା। ପ୍ରକଳ୍ପର ମୁଖ୍ୟ ବୈଜ୍ଞାନିକ ଡକ୍ଟର ବିକ୍ରମ କେଶରୀ ପାଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ପ୍ରଫେସର ମିହିର କୁମାର ମିଶ୍ର ଓ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କୃତି ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025