କଂଗ୍ରେସକୁ ଫେରିଲେ ସୁର | ସୁରଙ୍କ ପରେ କିଏ ?

କଂଗ୍ରେସକୁ ଫେରିଲେ ସୁର | ସୁରଙ୍କ ପରେ କିଏ ?

କଂଗ୍ରେସକୁ ଫେରିଲେ ସୁର
ସୁରଙ୍କ ପରେ କିଏ ?
ଦଳକୁ ଫେରିବେକି ବଡ଼ ନେତା
କାହା ଉପରେ ଅଛି ଭକ୍ତଙ୍କ ନଜର ?

ଗତକାଲି କଂଗ୍ରେସ ଦଳରୁ ନିଲମ୍ବିତ ଓ ବହିସ୍କୃତ ହେଇଥିବା ନେତାଙ୍କ ଉପରୁ ନିଲମ୍ବନ ଉଠାଇଛନ୍ତି ନୂଆକରି ପିସିସି ସଭାପତି ହେଇଥିବା ଭକ୍ତ ଦାସ .ଯାହାଫଳରେ ଆଜି କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ .କଂଗ୍ରେସକୁ ଫେରିବା ପରେ ଭାବବିହ୍ଵଳ ହେଇ କାନ୍ଦି ପକେଇଥିଲେ ସୁର ..ସୁରଙ୍କ ଦଳକୁ ଫେରିବା ପରେ ଆହୁରି ବଡ଼ ବଡ଼ ନେତା ମାନେ କଂଗ୍ରେସ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି .ଏମାନଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ପୂର୍ବରୁ କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ କାର୍ଯ୍ୟକାରୀ ପିସିସି ସଭାପତି ଚିରଞ୍ଜିବ ବିଶ୍ୱାଳ .2024 ନିର୍ବାଚନ ପୂର୍ବରୁ ସେ ବିଜେଡିରେ ମିଶିଥିଲେ .ସେହିପରି ଅନ୍ୟ ଜଣେ ଟାଣୁଆ ନେତା ପ୍ରଫୁଳ୍ଲ ମହାନ୍ତି ମଧ୍ୟ କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ହେଉଛି .ସେହିପରି 2009ରେ କଂଗ୍ରେସରୁ ସାଂସଦ ହେଇଥିବା ପ୍ରଦୀପ ମାଝୀ ମଧ୍ୟ କଂଗ୍ରେସକୁ ଫେରିପାରନ୍ତି .ସେହିପରି ଭାବରେ ଯୁବନେତା ଅଂଶୁମାନ ମହାନ୍ତି ଯେକି 2024ନିର୍ବାଚନରେ ବିଜେଡି ଟିକେଟରୁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ଲଢ଼ିଥିଲେ ତାଙ୍କର ମଧ୍ୟ ଘରବାପସି ହେବାର ସମ୍ଭାବନା ଅଛି .କଂଗ୍ରେସ ଛାଡି ବିଜେଡିରେ ମିଶି ପୁଣି ବିଜେଡି ଛାଡିଥିବା ପ୍ରକାଶ ବେହେରା ମଧ୍ୟ କଂଗ୍ରେସକୁ ଫେରିପାରନ୍ତି .ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ନାଁ ମଧ୍ୟ ଜୋରରେ ଚର୍ଚ୍ଚା ହେଉଛି .ଏବେ ଦେଖିବାକୁ ବାକି ରହିଲା ସୁରଙ୍କ ପରେ ପରେ କେଉଁ ବଡ଼ନେତା କଂଗ୍ରେସକୁ ଫେରୁଛନ୍ତି .ଏହା ମଧ୍ୟରେ କଂଗ୍ରେସ ପିସିସି ପ୍ରେସିଡେଣ୍ଟ ଭକ୍ତ ଦାସ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଭବିଷ୍ୟତରେ ବହୁତ ବଡ଼ ବଡ଼ ନେତା କଂଗ୍ରେସରେ ମିଶିବାକୁ ଯାଉଛନ୍ତି ଯାହା କେହି କଳ୍ପନା କରୁନଥିବେ .ତେବେ ଦେଖିବାକୁ ବାକିରହିଲା ଭକ୍ତଙ୍କ ନେତୃତ୍ୱରେ କେଉଁ ବଡ଼ ବଡ଼ ନେତାଙ୍କୁ ସାମିଲ କରୁଛି କଂଗ୍ରେସ

author

Related Articles

Leave a Reply

Your email address will not be published. Required fields are marked *