କଂଗ୍ରେସରୁ ଦୂରେଇ ଯାଉଛନ୍ତି ନୀତୀଶ !

କଂଗ୍ରେସରୁ ଦୂରେଇ ଯାଉଛନ୍ତି ନୀତୀଶ !

ବିରୋଧୀଙ୍କ ଇଣ୍ଡିଆ ମେଣ୍ଟରେ ଦେଖାଦେଲାଣି ଫାଟ। ଜଣଙ୍କ ପରେ ଜଣେ ନେତା କଂଗ୍ରେସ ଠାରୁ ଫେରାଇଲେଣି ମୁହଁ। ଆପ୍ ଓ ଟିଏମ୍ସି ପରେ ଏବେ ଜେଡିୟୁ ମଧ୍ୟ ହଁ ନାଁ ସ୍ଥିତିରେ ରହିଥିବା ଭଳି ମନେ ହେଉଛି। କାରଣ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବେ ବୋଲି କୁହାଯାଉଥିବା ବେଳେ ଏବେ କିନ୍ତୁ ସେ ଏହାକୁ ନା’ କରିଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି।


ଆସନ୍ତା ଜାନୁଆରୀ ୨୯ରେ ବିହାରରେ ପହଞ୍ଚିବ ଭାରତ ଯୋଡୋ ନ୍ୟାୟ ଯାତ୍ରା। ଜାନୁଆରୀ ୩୦ରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅଧିନୀରେ ପୂର୍ଣ୍ଣିୟାରେ ରାହୁଲ ଗାନ୍ଧି ଏକ ରାଲି କରିବେ। ତେବେ ଏହି ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମିଲ ହେବେ ନାହିଁ। ରିପୋର୍ଟ ଅନୁଯାୟୀ, ଜାନୁଆରୀ ୩୦ରେ ନୀତୀଶଙ୍କର ପାଟନାରେ ଏକ କାର‌୍ୟ୍ୟକ୍ରମ ରହିଛି। ତେଣୁ ପୂର୍ଣ୍ଣିୟା ଠାରେ ଅନୁଷ୍ଠିତ ରାଲିରେ ଯୋଗଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ନୀତୀଶଙ୍କ ଏହି ନିଷ୍ପତ୍ତି ପରେ ଇଣ୍ଡିଆ ମେଣ୍ଟରେ ଫାଟ ବଢୁଥିବା ଥିବା ନେଇ ଆଶଙ୍କା କରାଯାଉଛି। ମମତା ବାନାର୍ଜୀ ଏବଂ ଭଗବନ୍ତ ମନଙ୍କ ପରେ ବର୍ତ୍ତମାନ ନୀତୀଶ କୁମାର ମଧ୍ୟ କଂଗ୍ରେସଠାରୁ ଦୂରରେ ରହିଛନ୍ତି। ନୀତୀଶଙ୍କର ଏହି ପଦକ୍ଷେପରୁ ଏହା ଦୃଶ୍ୟମାନ ହେଉଛି।

author

Related Articles

Leave a Reply

Your email address will not be published. Required fields are marked *