24ରେ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ତେୟାର ହେଲାଣି କଂଗ୍ରେସ ଦଳ । ରାଜ୍ୟ କଂଗ୍ରେସ ଭବନରେ ଟିକେଟ ଆଶାୟୀଙ୍କ ଭିଡ । ୧୪୭ ନିର୍ବାଚନ ମଣ୍ଡଳୀରୁ ୨୫ ଶହରୁ ଅଧିକ ଲୋକ କଂଗ୍ରେସ ଟିକେଟ୍ ପାଇଁ ଅନଲାଇନରେ ଆବେଦନ କରିଛନ୍ତି । ଟିକେଟ୍ ପାଇଁ ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀ କଂଗ୍ରେସ ଭବନରେ ପହଂଚିଛନ୍ତି । ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଏଠାରେ ପ୍ରତି ନିର୍ବାଚନମଣ୍ଡଳୀରୁ ଆସିଥିବା ନାଁ ଉପରେ ବିଚାର ବିମର୍ଷ କରାଯିବ ।ଟିକେଟ୍ ଚୂଡାନ୍ତ ପରେ ଏଆଇସିସିକୁ ତାଲିକା ପଠାଯିବ ବୋଲି ଜଣାପଡ଼ିଛି । ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି ।

You can share this post!
author