ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ହତ୍ୟା ଧମକ ..ଜୟଦେବଙ୍କୁ ଜଣେ ଯୁବକ ଫୋନ କରି ୫୦ଲକ୍ଷ ଟଙ୍କା ମାଗିଥିଲେ ଆଉ ନଦେଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ ..କଲ କରିଥିବା ବ୍ୟକ୍ତି ଜଣଙ୍କ ଓଡ଼ିଆ ଭାଷାରେ କଥା ହେଉଥିଲେ ଆଉ ଧମକ ଦେଇଥିଲେ ..ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରି ଜଣେଇଛନ୍ତି ବୋଲି କହିଛନ୍ତି ଜୟଦେବଏହାର ତଦନ୍ତ ଦାବି କରିଛନ୍ତି ଜୟଦେବ ..ବିଜେପି ସରକାରର 8ମାସର ଶାସନ ଭିତରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଇଯାଇଛି ବୋଲି କହିଛନ୍ତି ଜୟଦେବ ..ସରକାରଙ୍କୁ ଅନେକ ପ୍ରସଙ୍ଗରେ ସମାଲୋଚନା କରୁଥିବାରୁ ଏଭଳି ଧମକ ଆସୁଥିବାର କହିଛନ୍ତି ଜୟଦେବ ..ଏହା ସହ ବିଧିବଦ୍ଧ ଭାବରେ କ୍ୟାପିଟାଲ ଥାନରେ ଏଫଆଇଆର ମଧ୍ୟ କରିଛନ୍ତି ..ତାଙ୍କ କହିବା ଅନୁସାରେ ଜଣେ ଯୁବକ ତିନି ତାରିଖ ଦିନ ତାଙ୍କୁ କଲ କରି ୫୦ଲକ୍ଷ ଟଙ୍କା ମାଗିଥିଲା ଆଉ ଟଙ୍କା ନଦେଲେ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ ..ଏଠାରେ ଆମେ କହିରଖିବାକୁ ଚାଁହୁଛୁ ଯେ କିଛିଦିନ ପୂର୍ବରୁ ପୂର୍ବତନ ପିସିସି ସଭାପତିଙ୍କ ଘରୁ ଦୁଇଥର ଚୋରି ହେଇଥିଲା ..
ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଲେଖିଥିବା ଇମେଲରେ ଜୟଦେବ ଜଣାଇଛନ୍ତି ଯେ ମୁଁ ୪୫ବର୍ଷ ହେଲା ରାଜନୀତି କରି ଆସୁଛି ଏବଂ ଏବେ ମଧ୍ୟ ରାଜନୀତିରେ ସକ୍ରିୟ ଅଛି ..ମୋ ଜୀବନ ପ୍ରତି ଏବେ ବିପଦ ଅଛି ତେଣୁ ସରକାର ମୋର ସୁରକ୍ଷାର ଦାଇତ୍ୱ ନିଅନ୍ତୁ ..ମୁଁ ଯେଉଁଭଳି ଭାବରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରୁଛି ଏଥିରେ ମୋତେ ଥ୍ରେଟ ଦେବା କିଛି ବଡ଼କଥା ନୁହେଁ ..ଏବେ ଦେଖିବାକୁ ବାକିରହିଲା ମୋହନ ସରକାର ଏବଂ ପୋଲିସ ଏହାଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି
