ତାରାଙ୍କୁ ନିଲମ୍ୱନ ବିଜେପିକୁ ପଡିଲା ମହଙ୍ଗା । ବିଗିଡିଗଲେ କଂଗ୍ରେସ ବିଧାୟକ ଓ ପିସିସି ସଭାପତି ଏବେ କଣ କରିବେ ମୋହନ ? ହଁ ଆଜ୍ଞା ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ପ୍ରତି ଘୋର ଅନ୍ୟାୟ ହୋଇଛି । ଏକତରଫା ଭାବେ ତାଙ୍କୁ ବିଧାନସଭାରୁ ନିଲମ୍ୱନ କରାଯାଇଛି । ଯାହାକୁ କେବେ ବରଦାସ୍ତ କରିବନି କଂଗ୍ରେସ । ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ଏପରି ଦେଖି ହଠାତ୍ ଆକ୍ସନ ମୁଡରେ ପିସିସି ସଭାପତି ଭକ୍ତ ଦାସ । ହଠାତ୍ ଡାକିଲେ ବୈଠକ ହେଲା ବଡ ନିଷ୍ପତ୍ତି । କଂଗ୍ରେସର ବଡ ବଡ ନେତୃତ୍ୱଙ୍କ ସହ ଆଲୋଚନା ପରେ ହୋଇଛି ବଡ ନିଷ୍ପତ୍ତି । ଆସନ୍ତା 27ରେ ବିଧାନସଭା ଘେରାଉ କରିବାକୁ ଯାଉଛି ବିରୋଧି କଂଗ୍ରେସ ।
ଦୁଇଦିନ ହେବ ରାଜ୍ୟରେ ଗୋଟିଏ ପ୍ରସଙ୍ଗ ବେଶ୍ ଚର୍ଚ୍ଚାରେ । ବିଧାନସଭା ଭିତରେ ବିଧାୟକ ତାରା ବାହିନୀପତି ଓ ଜୟନାରାୟଣ ମିଶ୍ରଙ୍କୁ ଧସ୍ତାଧସ୍ତି ପ୍ରସଙ୍ଗକୁ ନେଇ ପ୍ରତିଦିନ ସରଗରମ ହେଉଥିଲା ଗୃହ । ଆଉ ଏହାରି ଭିତରେ ତାରା ବାହିନୀପତିଙ୍କୁ ବିଧାନସଭାରୁ ସାତ ଦିନ ପାଇଁ ନିଲମ୍ୱନ ଅନ୍ୟାୟ କହି ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । ରାତି ତମାମ ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ ସୁଦ୍ଧା ଶୁଣିନାହାନ୍ତି ବାଚସ୍ପତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପବିତ୍ର ଗୃହରେ ଭାଷା କହିଲେ ତା ବିରୁଦ୍ଧରେ କୌଣସି ଆକ୍ସନ ନିଆଗଲା ନାହିଁ ବରଂ ତାରାଙ୍କୁ କାହିଁକି ନିଲମ୍ୱନ କରାଗଲା ଏବଂ ସେଇ ନିଲମ୍ୱନକୁ ପ୍ରତ୍ୟାହାର କରନ୍ତୁ ବାଚସ୍ପତି ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ।
ପିସି ସଭାପତି ଭକ୍ତ ଦାସଙ୍କ ଆହ୍ୱାନରେ କଂଗ୍ରେସରେ ବସିଥିଲା ବଡ ବୈଠକ । ବୈଠକରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ ଅଧକ୍ଷତା କରିଥିଲେ । ପିସିସି ସଭାପତି ତୃଣମୂଳ ସ୍ତରରେ କିପରି କଂଗ୍ରେସ ସଶକ୍ତ ହେବ ସେନେଇ ଦଳୀୟ ନେତୃତ୍ୱଙ୍କ ପରାମର୍ଶ ଲୋଡିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଏହା ବିରୁଦ୍ଧରେ ନିଜ ସ୍ୱରକୁ ଶାଣିତ କରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ବାରମ୍ୱାର ସରକାରଙ୍କୁ ଏ ନେଇ ଦାବି କରାଯାଉଥିଲେ ସୁଦ୍ଧା ନିରବଦ୍ରଷ୍ଟା ସାଜିଛନ୍ତି ମୋହନ ସରକାର । ଗୋଟିଏ ପଟେ ବିଧାନସଭାରେ ଏପରି ପରିସ୍ଥିତି ଆଉ ଏପଟେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଏହା ବିରୁଦ୍ଧରେ କଂଗ୍ରେସ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା 27 ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ ।