କଂଗ୍ରେସ ଫେରିଲେ ସୁର…

କଂଗ୍ରେସ ଫେରିଲେ ସୁର…

ପୁଣି ଘର ବାହୁଡିଲେ ଭେଟେରାନ ନେତା ସୁରେଶ ରାଉତରାୟ । ୯ ମାସ ପରେ କଂଗ୍ରେସ ଭବନରେ ପାଦ ରଖିଛନ୍ତି ସୁର । ନିର୍ବାଚନ ପୂର୍ବରୁ ନିଜ ପୁଅ ପାଇଁ ପ୍ରଚାର କରିବାରୁ ଦଳ ପକ୍ଷରୁ ସୁର ରାଉତରାୟଙ୍କୁ ବହିଷ୍କୃତ କରାଯାଇଥିଲା । କିନ୍ତୁ ଏବେ ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ଦଳରେ ଟିକେ ପରିବର୍ତନ ଆଣିଛନ୍ତି ନୂଆ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ । ପିସିସି ଭାବେ ନିଯୁକ୍ତ ହେବା ପରେ ଦଳରେ ବହିଷ୍କୃତ ହୋଇଥିବା ସମସ୍ତ ନେତାଙ୍କ ଉପରୁ ନିଲମ୍ବନ ହଟାଯାଇଛି । ଏବଂ ସେମାନଙ୍କୁ ପୁଣି ଥରେ ଦଳରେ ଆସି କାମ କରିବାକୁ ସୁଯୋଗ ଦିଆଯାଇଛି । ଯାହାର ଆରମ୍ଭ ସୁରେଶ ରାଉତରାୟଙ୍କ ଠାରୁ ଆରମ୍ଭ ହୋଇଛି । ଆଉ ଏବେ ସୁରଙ୍କ ପରେ ପରେ କିଏ କଂଗ୍ରେସକୁ ଫେରିବେ ସେନେଇ ଆଲୋଚନା ଚାଲିଛି । ଅନ୍ୟପଟେ ନୂଆ ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ଭକ୍ତଙ୍କ ଏହି ମାଷ୍ଟରଷ୍ଟ୍ରୋକ ରାଜ୍ୟ କଂଗ୍ରେସକୁ ପୁଣି ଥରେ ସୁଦୃଢ କରିବା ଦିଗରେ ସଞ୍ଜିବନୀ ଭାବେ କାମ କରିପାରେ ବୋଲି ସେନେଇ ଚର୍ଚ୍ଚା ମଧ୍ୟ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *