କଇଁଛ ସୁରକ୍ଷା ବଦଳରେ ମଝି ସମୁଦ୍ରରେ ଚାଲିଛି ଡିଲ୍

କଇଁଛ ସୁରକ୍ଷା ବଦଳରେ ମଝି ସମୁଦ୍ରରେ ଚାଲିଛି ଡିଲ୍

ଭିତରକନିକାରେ ଜବତ ହୋଇଛି ଦୁଇଟି ଟ୍ରଲର ଅଲିଭ ରିଡଲେ କଇଁଛ ଟ୍ରଲର । ଗୋଟିଏକୁ ପେଟ୍ରୋଲିଂ ଟିମ ଧରି କୂଳକୁ ଆସିଥିଲେ । ତାହା ସହିତ 10 ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ହେଲେ ଅନ୍ୟ ଏକ ଟ୍ରଲରକୁ ଫୋନ୍ କଲ ପାଇ ମଝି ସମୁଦ୍ରରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । କାହା ଫୋନ୍ ପାଇ ପେଟ୍ରୋଲିଂ ଟିମ୍ ମଝି ସମୁଦ୍ରରେ ଜବତ ଟ୍ରଲରକୁ ଛାଡି ଦେଲେ ତାକୁ ନେଇ ଚର୍ଚ୍ଚା ଚାଲିଛି ।କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ଭିତରେ କଟକଣା ଜାରି କରାଯାଇଛି । ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଆଉ ସେହିଦିନ ମଝି ସମୁଦ୍ରରେ ହୋଇଥିଲା ଡିଲ୍ । ସାରଙ୍କ ଫୋନ୍ କଲ ପରେ ଗୋଟିଏ ଟ୍ରଲରକୁ ଛାଡି ଦେଇଥିବା ଫରେଷ୍ଟର ସ୍ୱୀକାର କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *