କଙ୍ଗନାଙ୍କ ବିବାଦୀୟ ବୟାନ !

କଙ୍ଗନାଙ୍କ ବିବାଦୀୟ ବୟାନ !

ପୁଣି ଚର୍ଚ୍ଚାରେ ବଲିଉଡ କୁଇନ ତଥା ବିଜେପି ଲୋକସଭା ସାଂସଦ କଙ୍ଗନା ରଣାୱତ । ଓସ୍କାର ଆୱାର୍ଡକୁ ନେଇ ବଡ ବୟାନ ଦେଇ ଲାଇମ ଲାଇଟରେ ରହିଛନ୍ତି କଙ୍ଗନା । ହଁ ଦର୍ଶକବନ୍ଧୁ, ସବୁବେଳେ ନିଜ ବୟାନ ପାଇଁ ହାଇଲାଇଟ ହେଉଥିବା କଙ୍ଗନା ରଣାୱତ ପୁଣି ଏକ ବୟାନକୁ ନେଇ ହେଡଲାଇନ୍ସରେ ରହିଛନ୍ତି । ସିନେମା ଜଗତରେ ସର୍ବଶ୍ରେଷ୍ଠ ସମ୍ମାନ କୁହାଯାଉଥିବା ଓସ୍କାର ସମ୍ମାନକୁ ବେକାର ସମ୍ମାନ କହି ବିବାଦୀୟ ଟିପ୍ପଣୀ ଦେଇଛନ୍ତି କଙ୍ଗନା । ଓସ୍କାରକୁ ମୂର୍ଖଙ୍କ ଆୱାର୍ଡ କହିବା ସହ ଆମେରିକା ଉପରେ ବର୍ଷିଛନ୍ତି ।

ତେବେ ବର୍ତମାନ କଙ୍ଗନାଙ୍କ ଅଭିନୀତ ଫିଲ୍ମ ଏମରଜେନ୍ସି ପାଇଁ କଙ୍ଗନା ଚର୍ଚ୍ଚାରେ ରହିଛନ୍ତି । ବଡ ପରଦାରେ ଫିଲ୍ମଟି ଦର୍ଶକଙ୍କୁ ଏତେ ପସନ୍ଦ ଆସିନଥିବା ବେଳେ ଓଟିଟିରେ ଫିଲ୍ମଟି ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି । କଙ୍ଗନା ଏହାର ଡିଜିଟାଲ୍ ରାଇଟ୍ସ ବିକ୍ରି କରି ୮୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଏପରିକି ପ୍ରଶଂସକମାନେ ଏହାକୁ ଓସ୍କାରକୁ ପଠାଇବା ପାଇଁ ମତ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ୟୁଜର୍ସ ସିନେମା ଏମରଜେନସିକୁ ଓସ୍କାର ଆୱାର୍ଡ ମିଳିବା ଉଚିତ ବୋଲି ମତାମତ ରଖିଥିଲେ । ଏହାର ପ୍ରତିଉତ୍ତର ରଖି କଙ୍ଗନା କହିଥିଲେ ଓସ୍କାର ହେଉଛି ମୂର୍ଖମାନଙ୍କ ଆୱାର୍ଡ । ଆମେରିକା ବିକାଶଶୀଳ ଦେଶକୁ ନିଜ ଅଧିନରେ ରଖିବାକୁ ଚାହୁଁଛି। ଏହା ସହ ନିଜ ଆୱାର୍ଡ ଆମେରିକା ନିଜ ପାଖରେ ରଖୁ ବୋଲି କହିବା ସହ ଭାରତୀୟଙ୍କ ପାଇଁ ଜାତୀୟ ଚଳଚିତ୍ର ସମ୍ମାନ ହିଁ ଯଥେଷ୍ଟ ବୋଲି କହିଛନ୍ତି କଙ୍ଗନା । ଆଉ କଙ୍ଗନାଙ୍କ ଏହି ବୟାନକୁ ନେଇ ଏବେ ସବୁଆଡେ ଜୋରଦାର ଚର୍ଚ୍ଚା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *