ଗୁରୁବାର ଦିନ ସର୍ବଶିକ୍ଷା ଅଭିଯାନ ତରଫରୁ ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସଦ୍ୟସ୍ପାନ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଖଲ୍ଲିକୋଟ ବ୍ଲକ୍ କଞ୍ଚଣା ସ୍ଥିତ ସରକାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ନିଧାରାଣୀ ସ୍ୱାଇଁ ଙ୍କ ପରିଚାଳନାରେ କଞ୍ଚାଣା ବିଦ୍ୟାଳୟ ରେ ସବ -ଜୋନାଲ ସ୍ତରିୟ କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି। ! ଉକ୍ତ କ୍ରୀଡା ପ୍ରତିଯୋଗିତାରେ କଞ୍ଚଣା ପଞ୍ଚାୟତ ସମିତି ସଭ୍ୟ ତଥା ବିଦ୍ୟାଳୟ ର ଆଲ୍ମୂମିନ୍ ସଭାପତି ଚିତ୍ରସେନ ଘୋଷ ଯୋଗ ଦେଇଥିବା ବେଳେ ମୂଖ୍ୟ ଅତିଥି ରୂପେ ଡକ୍ତର ଅଜିତ କୁମାର ପଟ୍ଟନାୟକ, ସମ୍ମାନିତ ଆତିଥି ତଥା ସି ଆର ସି ସି ଶ୍ରୀ ଯୁକ୍ତ ଇନ୍ଦ୍ରମଣି ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ଶିବ ଶଙ୍କର ବିଷୋୟୀ ଯୋଗଦାନ କରି କ୍ରୀଡା ସମାରୋହ କୁ ଉଦଘାଟନ କରିଥିଲେ। ଉକ୍ତ କ୍ରୀଡା ପ୍ରତିଯୋଗିତା ରେ ଚାରୋଟି କ୍ଳଷ୍ଟର ତଥା କଞ୍ଚଣା, ତାଳପଡା ,ଚିକିଲି ଓ ଦାନପୂର ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ! ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ସ୍ବାଇଁ ତଥା କ୍ରୀଡା ଶିକ୍ଷୟତ୍ରୀ ଶ୍ରୀମତୀ ଜୋସ୍ନାବାଳା ସେନାପତି ତଥା ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଓ କଞ୍ଚଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉକ୍ତ ପ୍ରତିଯୋଗିତାକୁ ସଫଳ କରିବାରେ ସହାୟକ ହୋଇଥିଲେ। !

You can share this post!
author