କଟକ ଚଣ୍ଡୀ ମନ୍ଦିରର ରୂପାନ୍ତରଣ କାମ ଅନୁଧ୍ୟାନ କଲେ ଭିକେ ପାଣ୍ଡିଆନ

କଟକ ଯାଇ କଟକ ଚଣ୍ଡୀ ମନ୍ଦିରରେ ମାଆଙ୍କୁ ଦର୍ଶନ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଫାଇଭ୍-ଟି ଉପକ୍ରମରେ ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ମନ୍ଦିରର ପ୍ରଶସ୍ତିକରଣ କାମର ଅଗ୍ରଗତି ବୁଲି ଦେଖିବା ସହ କାମର ଅଗ୍ରଗତି ନେଇ ପୂଜକ ମନୋଜ ପଣ୍ଡା ଓ ଜିଲ୍ଲା ପ୍ରଶାସନ ସହ ସେ ଆଲୋଚନା କରିଥିଲେ । ମନ୍ଦିରରୁ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାମକୁ ଅନୁଧ୍ୟାନ କରି ଏହାକୁ ଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *