କଟକ ଡିୟର ପାର୍କରୁ ସ୍ଥାନାନ୍ତର ହେଲେ ୨୭୬ଟି ହରିଣ । ସେମାନଙ୍କୁ ଚନ୍ଦକା ଭରତପୁର ଏବଂ ଅମ୍ବିଲୋକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଟି ହରିଣଙ୍କର ମୃତ୍ୟୁ ହୋଇଛି । ହରିଣଙ୍କ ମୃତ୍ୟୁକୁ ନେଇ ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା ପ୍ରତିକ୍ରିୟା ରଖିଛନ୍ତି । ହରିଣଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନନ୍ତର କରାଯାଇଥିବାରୁ ସେମାନେ ସକ୍ ରେ ଅଛନ୍ତି । ସେମାନଙ୍କୁ ଖାଦ୍ୟରେ ଆଣ୍ଟିଷ୍ଟ୍ରେସ ମେଡିସିନ୍ ଦିଆଯାଉଛି। ସେମାନେ ପର୍ୟ୍ୟାପ୍ତ ପରିମାଣର ଖାଦ୍ୟ ଗ୍ରହଣ କରୁଛନ୍ତି। ନନ୍ଦନକାନନ ଡାକ୍ତର ଓ ଭେଟେନାରୀ ପ୍ରଫେସରଙ୍କ ଦ୍ୱାରା ସେମାନଙ୍କର ଚିକିତ୍ସା ଚାଲିଛି। କେବଳ ଦୁଇଟି ହରିଣଙ୍କ ମୃତ୍ୟୁ ହୋଇଛି।

You can share this post!
author