କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ। ଗାଁର ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଠଗଡ଼ ଓ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଠଗଡ଼ ଡାକ୍ତରଖାନାରେ ୧୦ ଜଣ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନେ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଠଗଡ଼ ଡାକ୍ତରଖାନାର ଡାକ୍ତର ମାନସ ରଞ୍ଜନ ପାଣି କହିଛନ୍ତି, ୪ ତାରିଖରେ ୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅତି ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ। ଗତକାଲି ଆଉ ୫ ଜଣ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି। ସମସ୍ତଙ୍କ ଚିକିତ୍ସା ଚାଲିଛି।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025