କଟକ ବାସୀଙ୍କ ପାଇଁ ଏକ ଗର୍ବ ଗୌରବର ବିଷୟ । କଟକ ରୂପା ତାରକସି କାମକୁ ଜିଆଇ ମାନ୍ୟତା ମିଳିଛି । ରୂପା ତାରକସିକୁ ଜିଆଇ ମାନ୍ୟତା ପରେ ଖୁସି ପ୍ରକାଶ କରିଛନ୍ତି କଟକ ସହରବାସୀ । ସେହିପରି ଏକ୍ସରେ କାରିଗର ଓ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ହସ୍ତକଳା ସମବାୟ ସମିତି ତରଫରୁ ଏନେଇ ଆବେଦନ କରାଯାଇଥିଲା ବେଳେ ଏହାକୁ ଆଜି ମାନ୍ୟତା ମିଳିଛି । କେନ୍ଦ୍ର ସରକାରଙ୍କ ଜିଓଲୋଜିକାଲ ଇଣ୍ଚିକେସନ ପକ୍ଷରୁ ଏହାକୁ ମଞ୍ଜୁର କରାଯାଇଛି । ନିକଟରେ ରାଜ୍ୟର ୮ଟି ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଥିଲା ।

You can share this post!
author
Related Articles
କଲବଲ କଲାଣି ତାତି 45 ଡିଗ୍ରୀ ଡେଇଁଲା…
- April 22, 2025
ହଠାତ୍ ଦିନ ହୋଇଗଲା ରାତି
- April 18, 2025
ସ୍ୱାମୀର ହାତ ଛାଡିଲେ ସ୍ତ୍ରୀ
- November 6, 2024