କଟନୀ ଛଟିନୀକୁ ନେଇ ବିରୋଧ କଲା ନବନିର୍ମାଣ କୃଷକ ସଂଗଠନ l ଆନନ୍ଦପୁର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇଥିଲେ । ସଭା ଆରମ୍ଭର କେଇ ମିନିଟ୍ ପରେ କେନ୍ଦୁଝର ନବ ନିର୍ମାଣ କୃଷକ ସଂଘର କେତେକ ସଦସ୍ୟ ଅତର୍କିତ ଭାବେ ଧସେଇ ପଶି ହୋହାଲ୍କା ସହିତ ନାରାବାଜି କରିଥିଲେ l ପୁପୁଲିସ ସାଙ୍ଗେ ସାଙ୍ଗେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟଙ୍କୁ ପୁଲିସ କାବୁ କରି ଘଟଣାସ୍ଥଳରୁ ଉଠାଇ ନେଇଥିଲା। ତେବେ ଏଭଳି ବଡ଼ ଘଟଣା ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ଘଟିଥିବାବେଳେ କିଭଳି ଗୁଇନ୍ଦା ସଂସ୍ଥାକୁ ଆଗୁଆ ସୂଚନା ମିଳିପାରିଲାନି ତାହା ଉଦ୍ବେଗର କାରଣ ପାଲଟିଛି। ଏପରିକି ସଭାସ୍ଥଳକୁ ଘେରି ରହିଥିବା ପୁଲିସ ମଧ୍ୟ ଘଟଣାର ସୁରାକ ପାଇପାରିଲେନି। ଯାହାକୁ ନେଇ କିଛି ସମୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ଚାପା ଉତ୍ତେଜନା ପରିଲକ୍ଷିତ ହୋଇଥିଲା।
