କଣାସରେ ଝାଡାବାନ୍ତି ନେଇ ମୁହାଁମୁହିଁ ବିଜେଡି-ବିଜେପି !

କଣାସରେ ଝାଡାବାନ୍ତି ନେଇ ମୁହାଁମୁହିଁ ବିଜେଡି-ବିଜେପି !

ପୁରୀ ଜିଲ୍ଲା କଣାସ ବ୍ଲକରେ ଝାଡାବାନ୍ତି ବ୍ୟାପିବାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି ଶାସକ ବିରୋଧୀ । ତେବେ ଗତ ୧୦ ଦିନ ହେବ କଣାସ ବ୍ଲକରେ ଝାଡାବାନ୍ତି ଆତଙ୍କ ଖେଳାଇଛି । ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ଅନ୍ୟପଟେ, ବ୍ୟାପୁଥିବା ଝାଡ଼ା ବାନ୍ତି, ହଇଜା ନୁହେଁ, ଡାଇରିଆ ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ତେବେ ଏହାକୁ ପ୍ରସଙ୍ଗ କରି ବିଜେପି ପୂବ ସରକାରକୁ ଏଥିପାଇଁ ଦାୟୀ କରିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବିଜେଡି ନା ଁ ରେ ଅଭିଯୋଗ ଆଣିଛନ୍ତି । ପୂର୍ବ ସରକାର ପାଣି ନ ଦେଇ ଲୋକଙ୍କୁ ମିଛ କହି ଚାଲିଥିଲା , ଯୋଜନା ଗୁଡିକ ବାଟମାରଣା ହେଉଥିବା ଅଭିଯୋଗ ଆଣିଛନ୍ତି ।


ସେପଟେ ବିଜେଡି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ବିଜେଡି ନେତା ଉମାକାନ୍ତ ସାମନ୍ତରାୟ କହିଛନ୍ତି, କଣାସରେ ଝାଡାବାନ୍ତି ଯୋଗୁଁ ଅନେକ ମଲେଣି ଆଉ ଅନେକ ଅସୁସ୍ଥ ଅଛନ୍ତି। ହେଲେ ସେ ସ୍ଥାନକୁ ସରକାର ଯାଉନାହାନ୍ତି। ନୂଆ ସରକାର କି ତର୍ଜମା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଉମାକାନ୍ତ। ଏଥିସହିତ ସେ ଅଭିଯୋଗ ବି କରିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୟା ନଦୀରେ ମେଗା ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ମଞ୍ଜୁରୀ ଦେଇଥିଲେ, ହେଲେ କାମ ନୂଆ ସରକାର ସମୟରେ ବନ୍ଦ ପଡିଛି। ଏଥିପାଇଁ ସରକାର ତୁରନ୍ତ ପାଣି ବ୍ୟବସ୍ଥା କରନ୍ତୁ, ନହେଲେ ଗଣଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *