ସୋମବାର ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଏକ ପୋଷ୍ଟର ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକର ପ୍ରତିବାଦ କରାଯାଇଛି । ବଲାଙ୍ଗିର ନଗର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଅଖ ଚକ ବନ୍ଦ ।ସକାଳୁ ସକାଳୁ ସମସ୍ତ ଦୋକାନ ବଜାର ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଗତକାଲି ସାଲୁଜାଙ୍କୁ ହତ୍ୟା ଧମକର ଦୁଇଟି ପୋଷ୍ଟର ଜବତ କରିଥିଲା ପୋଲିସ । ବନ୍ଦ ଡାକରାରୁ ଶିକ୍ଷାନୁଷ୍ଠାନ ଓ ଜରୁରୀସେବାକୁ ବାଦ୍ ଦିଆଯାଇଛି ।

You can share this post!
author