ରାଜନୀତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁପଚୁପ ଖିଆ । ନିକଟରେ ଏକ ବାହାଘର ଭୋଜିରେ ଗୁପଚୁପ ଖାଉଥିବାର ନଜର ଆସିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ସେହି ଭିଡିଓ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି । ରାଜନୀତିରେ ଘଡିକୁ ଘୋଡା ଛୁଟିଥାଏ ନେତାଙ୍କ ମୁଣ୍ଡରେ କେତେବେଳେ କଣ ଚାଲିଥାଏ ତାହା କାହାକୁ ଜଣା । ଠିକ ସେହିପରି କଥାରେ ଅଛି ନାରୀ ମାୟା ନାରାୟଣଙ୍କୁ ଜଣା କିନ୍ତୁ ନେତାଙ୍କ ମାୟା ନାରାୟଣଙ୍କୁ ବି ଜଣାନଥାଏ ।
ହଁ ଦର୍ଶକବନ୍ଧୁ ଏକଥା ଆମେ କାହିଁକି କହୁଛୁ ତାହା ଆପଣମାନେ ଟିକ ବୁଝି ପାରୁଥିବେ । ଦୀର୍ଘ 24 ବର୍ଷ ଧରି ପାୱାର କରିଡୋରରେ ରହିଆସୁଥବା ନବୀନ ପଟ୍ଟନାୟକ କ୍ଷମତାରୁ ହଟିବା ପରେ ବି କମିନାହିଁ ଚମକ । ଯେଉଁଠିକି ଯାଉଛନ୍ତି ସେଠାରେ ନବୀନଙ୍କୁ ଦେଖିବା ପାଇଁ ଭିଡ ଜମୁଛି ।
ନିକଟରେ ଏକ ବାହାଘର ଭୋଜିରେ ନବୀନଙ୍କ ଗୁପଚୁପ ଖିଆକୁ ନେଇ ଜୋର ଧରିଛି ରାଜନୀତି । କାହିଁକିନା କାନ୍ଧରୁ କ୍ଷମତା ଖସିବା ପରେ ଆଉ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି ନବୀନ ପଟ୍ଟନାୟକ । ବିରୋଧିରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପରି ଏବେବି ନବୀନଙ୍କୁ ଲୋକମାନେ ସେତିକି ଭଲପାଇବା ଦେଉଛନ୍ତି ଯାହା ନବୀନଙ୍କ ଏହି ଭାଇରାଲ ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ଯଦି ଦେଖିବା ହାରିବା ପରେ ନିଜ ଦଳକୁ ସୃଦୁଢ କରିବା ପାଇଁ ନବୀନଙ୍କ ନୂଆ ନୂଆ ରଣନୀତି ସାମ୍ନାକୁ ଆସୁଛି ।
କେତେବେଳେ ଗଣେଷ ପୂଜା ଓ ଦଶହରା ପେଣ୍ଡାଲ ବୁଲି ଲୋକଙ୍କ ପାଖକୁ ଯାଉଛନ୍ତି ତ ଆନ୍ୟ କେତେବେଳେ ବାହାଘର ଭୋଜିରେ ନବୀନଙ୍କ ଗୁପଚୁପ ଖାଉଥିବା ଭିଡିଓ ସାମ୍ନାକୁ ଆସୁଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ହେବା ପରେ ନିଜର ଭାଙ୍ଗି ଯାଇଥିବା ଗଡକୁ ପୁଣିଥରେ ସୃଦୁଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ମୋହନଙ୍କୁ ଚେକ ଦେବା ପାଇଁ ନବୀନଙ୍କ ଏହି ଗୁପଚୁପ ଖିଆ ରଣନୀତିର ନା ଏହା ପଛରେ ଅନ୍ୟ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି ତାହା ଦେଖିବାକୁ ଅପେକ୍ଷା ।