କମିଯିବ ସୁନା ଦର !

କମିଯିବ ସୁନା ଦର !

ଅଧା କମିଯିବ ସୁନା ଦର ! ୫୭ ଟନ ସୁନା କିଣିଲା ଆରବିଆଇ . ଭାରତର କେନ୍ଦ୍ରୀୟ ବ୍ୟାଙ୍କ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱତୀୟାଅର୍ଦ୍ଧରେ ଏକ ବଡ଼ ଧରଣର ସୁନା କିଣିଛି . ଗତ କିଛି ଦିନ ହେବ ସୁନାର ଅହେତୁକ ବୃଦ୍ଧି ସମସ୍ତଙ୍କୁ ଟେନସନରେ ପକାଇଦେଇଛି . ସୁନା ଦର ଲକ୍ଷେ ଛୁଇଁବା ଉପରେ . କେବେ କମିବ ସୁନା ଦର ତାକୁ ସମସ୍ତେ ଅନାଇ ବସିଛନ୍ତି . ତେବେ ଏହାରି ଭିତରେ ସୁନାକୁ ନେଇ ଆସିଛି ଏକ ବଡ଼ ଖୁସି ଖବର . ଅର୍ଥାତ୍ ଆଗକୁ ସୁନା ଦର କମିବାକୁ ଯାଉଛି .

ଭାରତର ରିଜର୍ଭ ବ୍ୟାଙ୍କ ୨୫ ଆର୍ଥକ ବର୍ଷର ଦ୍ୱତୀୟାର୍ଦ୍ଧରେ ଏହାର ସୁନା ଭଣ୍ଡାରରେ ଏକ ବୃଦ୍ଧି କରିଛି . ବର୍ତମାନ ଆରବିଆଇ ୨୫ଟନ ସୁନା କିଣିଛି . ଯାହାଫଳରେ ଭାରତର ମୋଟ ସୁନା ଭଣ୍ଡାର ୨୦୨୫ ମାର୍ଚ୍ଚ ଶେଷ ସୁଧା ୮୭୯.୫୯ ଟନରେ ପହଂଚିଛି . ୨୦୨୪ ସେପ୍ଟେମ୍ବରରେ ଏହି ସଂଖ୍ୟାଥିଲା ୮୫୪.୭୩ ଟନ .ସମ୍ପୂର୍ଣ୍ଣ ୨୦୨୫ରେ ଆରବିଆଇ ମୋଟ ୫୭ ଟନରୁ ଅଧିକ ସୁନା କିଣିଛି . ଏହି କ୍ରୟ ଏପରି ସମୟରେ କରାଯାଇଛି .ଯେତେବେଳେ ବିଶ୍ୱ ବଜାରରେ ସୁନା ଦରଏକ ୩୦ ପ୍ରତିଶତ ବୃଦ୍ଧିଘଟିଛି .ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୨୦୨୫ ସୁଧା ୮୭୯.୫୯ ଟନ ମଧରୁ ୫୧୧.୯୯ଟନ ସୁନା ଭାରତରେ ରଖାଯାଇଛି .

ସେହି ସମୟରେ ବ୍ୟାଙ୍କ ଅଫ ଇଂଲଣ୍ଡ ବ୍ୟାଙ୍କ ଫର ଇଂଟରନ୍ୟାସନାଲ ସେଟେଲମେଂଟ ରେ ୩୪୮.୬୨ଟନ ସୁନା ସୁରକ୍ଷିତ ରଖାଯାଇଛି . ଏବେ କଥା ହେଉଛି ଆରବିଆଇ ଏତେ ସୁନା କାହାଁକି କିଣିବ ?ସୁନାକୁ ସର୍ବଦାରେ ନିବେଶ ଭାବେ ବିବେଚନା କରାଯାଇଥାଏ .ଏବଂ ବର୍ତମାନର ଅର୍ନ୍ତଜାତୀୟ ପରିସ୍ଥିତିରେ ଆଣବିଆଈ ଏହାର ଭଣ୍ଡାରକୁ ସୁରକ୍ଷିତ କରିବାକୁ ଚାହୁଁଛି .

author

Related Articles

Leave a Reply

Your email address will not be published. Required fields are marked *