ବିଜୁଳି ଉପଭୋକ୍ତାଙ୍କ ପାଇଁ ଆସିଲା ଖୁସି ଖବର । ବିଜୁଳି ଦର ହ୍ରାସ କଲେ ଓଇଆରସି । ପୂର୍ବରୁ ବିପିଏଲ ଉପଭୋକ୍ତାଙ୍କୁ ୩୦ ୟୁନିଟ୍ ପିଛା ୮୦ ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ଏବେ ସେଥିରେ ୧୦ ଟଙ୍କା ହ୍ରାସ କରାଯାଇଛି । ଯାହାର ଅର୍ଥ ଏବେ ଉପଭୋକ୍ତାଙ୍କୁ ୮୦ ଟଙ୍କା ବଦଳରେ ୭୦ ଟଙ୍କା ଦେବାକୁ ପଡିବ । ଏହାଦ୍ୱାରା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବିଶେଷ ଉପକୃତ ହେବେ । ଯେଉଁ ଉପଭୋକ୍ତାମାନେ କାଗଜ ବିଲ୍ ବଦଳରେ ଇ-ବିଲ୍ ନେବେ ସେମାନଙ୍କୁ ୧୦ ଟଙ୍କା ଲେଖାଏଁ ରିବେଟ ଦିଆଯିବ । ଏହା ଛଡା ଇଲେକଟ୍ରିକ ଯାନ ଚାର୍ଜ କରିବା ପାଇଁ ପୂବରୁ ୟୁନିଟ୍ ପିଛା ୫ ଟଙ୍କା ୫୦ ପଇସା ଥିଲା । ସେଥିରେ ମଧ୍ୟ ହ୍ରାସ କରାଯାଇଛି । ପ୍ରିପେଡ ସ୍ମାର୍ଟ ମିଟର ଲାଗିବାରେ ପୂବରୁ ୨ ପ୍ରତିଶତ ରିବେଟ୍ ଦିଆଯାଉଥିଲା । ଏବେ ୨ ବଦଳରେ ୪ ପ୍ରତିଶତ ରିବେଟ୍ ଦେବା ପାଇଁ ଆୟୋଗ ଘୋଷଣା କରାଯାଇଛି ।

You can share this post!
author