କମୁଛି ପାରଦ ବଢୁଛି ଶୀତ

କମୁଛି ପାରଦ ବଢୁଛି ଶୀତ
Jaipur: Vehicles ply on a road in fog during a cold wintry morning, in Jaipur, Friday, Dec. 13, 2019. (PTI Photo) (PTI12_13_2019_000256B)

ସାରା ରାଜ୍ୟରେ ବଢୁଛି ଶୀତ । ଦିନକୁ ଦିନ କମୁଛି ପାରଦ । ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ କମିବା ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢିଚାଲିଛି ଶୀତର ପ୍ରକୋପ । ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ବାୟୁ ପ୍ରଭାବରେ ବିଭନ୍ନ ସ୍ଥାନରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ତଳକୁ ଖସିଛି । ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜିଠାରୁ ଅଧିକ ଶୀତ ଅନୁଭୂତ ହେବ । ବିଶେଷ କରି ପାହାଡିଆ କୋରାପୁଟ, ଜି. ଉଦୟଗିରି ଆଦି ଅଞ୍ଚଳରେ ଅଧିକ ଥଣ୍ଡା ହୋଇପାରେ । ସେପଟେ ଆସନ୍ତା ୧୪ ତାରିଖ ପଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *