କରାଇ ଦେଲେନି ଭୋଟ ତାତିଲେ ବିଜେଡ଼ି ସମର୍ଥକ

କରାଇ ଦେଲେନି ଭୋଟ ତାତିଲେ ବିଜେଡ଼ି ସମର୍ଥକ

କରାଇ ଦେଲେନି ଭୋଟ ତାତିଲେ ବିଜେଡ଼ି ସମର୍ଥକ .କାହାର ଥିଲା ଚକ୍ରାନ୍ତ ବର୍ଷିଲେ ବ୍ଲକ ଅଧକ୍ଷା ? ଅସୁସ୍ଥ ନା ମିଛ ବାହାନା କରାଯାଉ ତଦନ୍ତ ! କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧକ୍ଷଙ୍କୁ ଅନାସ୍ଥାରେ ହଟାଇବା ଲାଗି କିଛି ବିରୋଧୀ ସରପଂଚ ଓ ସମିତି ସଭ୍ୟସଭ୍ୟାଙ୍କ ସହ ସ୍ଥାନୀୟ ନେତାଙ୍କର ଏକ ଯୋଜନାବଦ୍ଧ ଚକ୍ରାନ୍ତ ଥିଲା ବୋଲି ବ୍ଲକ ପରିସରରେ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ସରପଂଚ ଓ ସମିତି ସଭ୍ୟସଭ୍ୟାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି .

ବ୍ଲକରେ ବହୁ ସରପଂଚ ଓ ସମିତି ସଭ୍ୟସଭ୍ୟା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ଅତ୍ୟନ୍ତ ଅନୁଗତ ତଥା ବିଜେଡ଼ି ସମର୍ଥକ .ଚଳିତ ନିର୍ବାଚନରେ ସ୍ଥାନୀୟ ବିଧାୟକ ସାରଦା ପ୍ରସାଦ ବିଜେଡ଼ି ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ମାତ ଦେଇ ବିଜୟୀ ହୋଇଥିଲେ .ଦୀର୍ଘ ଦଶ ମାସ ପରେ କୋଣସି ଏକ କାରଣରୁ ବ୍ଲକ ଉପାଧକ୍ଷ ନିଜ ପଦରୁ ଇସ୍ତଫା ଦେବାପରେ କୈାଶଳ କ୍ରମେ ବ୍ଲକ ଉପାଧକ୍ଷ ସାରଦାଙ୍କ ସମର୍ଥନରେ ବିଜୟୀ ହୋଇଥିଲେ .କିନ୍ତୁ ପ୍ରାକ୍ତନ ବିଧାୟକ ପ୍ରତାପ ଜେନାଙ୍କୁ ବଦନାମ କରିବା ଏବଂ ବ୍ଲକ ଅଧକ୍ଷା ରୋଜି ସେଠୀଙ୍କୁ ହଟାଇବା ଲାଗି ହୀନ ଚକ୍ରାନ୍ତ ଚଳାଇଥିଲେ .ମଙ୍ଗଳବାର ଡକାଯାଇଥିବା ସ୍ୱତନ୍ତ୍ର ବୈଠକ ବାତିଲ କରାଯାଇଛି . ୫ଜଣ ସଭ୍ୟା ସଭ୍ୟ ଅସୁସ୍ଥାତା କାରଣ ଦର୍ଶାଯାଇଥିବା ବେଳେ ବୈଠକ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଦେବାଶିଷ ମହାପାତ୍ର ଅସୁସ୍ଥତା ଦର୍ଶାଇ ଆସିନଥିଲେ . ଫଳରେ ଉପଜିଲ୍ଲାପାଳ ବୈଠକ ବାତିଲ କରି ଦିଆଯାଇଛି .

ଏଠାରେ ପ୍ରାକ୍ତନ ବିଧାୟକ ପ୍ରତାପ ଜେନାଙ୍କ ଉପଯୁକ୍ତ ରଣନୀତି ଯୋଗୁଁ ବ୍ଲକ ଅଧକ୍ଷା ଅନାସ୍ଥା ପ୍ରସ୍ତାବ ଅନିର୍ଦ୍ଧିଷ୍ଟ କାଳ ଲାଗି ସ୍ଥଗିତ ରହିବା କଥା ଚର୍ଚ୍ଛା ଜୋର ଧରିଛି . ତେବେ କେଉଁ କାରଣ ପାଇଁ ଅସୁସ୍ଥତା ଦର୍ଶାଇ ଅନୁପସ୍ଥିତ ଥିବା ୫ଜଣ ସଭ୍ୟା ଓ ଅତିରିକ୍ତ ଜିଲ୍ଲାପାଳ କେଉଁ ରୋଗରେ ପୀଡିତ ଅଛନ୍ତି ନା ମିଛ ବାହାନାରେ ରହିଛନ୍ତି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଲାଗି ଦାବି କରିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *