ଓଡିଶା ପରି ଦିଲ୍ଲୀର ରାଜନୀତିର ମାନଚିତ୍ର ବି ବଦଳିଯାଇଛି । ଦିଲ୍ଲୀରେ ବି ଚଳିତ ଥର ଡବଲ ଇଞ୍ଜିନ ସରକାର ଆସିଛି । ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସିଥିବା ଆମ ଆଦମୀ ପାର୍ଟୀକୁ ଚିତପଟାଙ୍ଗ କରି ବିଜେପି ଦିଲ୍ଲୀକୁ ନିଜ କବଜାକୁ ନେବାରେ ସଫଳ ହୋଇଛି । ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ଦଳ ୪୮ଟି ଆସନ ଜିତି ରେକର୍ଡ କରିଛି। ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଆସନ ଜିତିଥିବା ଆପ୍ ଏଥର ୨୨ରେ ଅଟକି ଯାଇଛି।ଆଉ ବିଜେପିର ଏହି ବିଜୟ ପଛରେ ଜଣେ ଓଡିଆ ନେତାଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ଓଡିଶା ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତଙ୍କ ନେତୃତ୍ୱରେ ଏବଂ ବୈଜୟନ୍ତଙ୍କ ନିର୍ବାଚନୀ ଷ୍ଟ୍ରାଟେଜୀ ପାଇଁ ବିଜେପି ଦିଲ୍ଲୀରେ ସରକାର ଗଢିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । କାହିଁକି ନା ଦିଲ୍ଲୀରେ ବିଜେପିର ନିର୍ବାଚନୀ ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଉଥିଲେ ବୈଜୟନ୍ତ ପଣ୍ଡା । ତେଣୁ ତାଙ୍କ ନେତୃତ୍ୱ ପାଇଁ ହିଁ ଦିଲ୍ଲୀରେ ବିଜେପି ସରକାର ଗଢିଥିବା ଅନେକ ମହଲରେ ଚର୍ଚ୍ଚା ହେଉଛି ।

You can share this post!
author