କର୍ଣ୍ଣାଟକରେ ଲାଗୁ ହେଲା ନୂଆ ନିୟମ

କର୍ଣ୍ଣାଟକରେ ଲାଗୁ ହେଲା ନୂଆ ନିୟମ

କର୍ଣ୍ଣାଟକରେ ଲାଗୁ ହେଲା ନୂଆ ନିୟମ । ଏଣିକି କର୍ଣ୍ଣାଟକରେ ଥିବା ମନ୍ଦିରରେ ବ୍ୟବହାର ହେବ ଗୋଟିଏ କମ୍ପାନୀର ଘିଅ । ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଘିଅ ବଦଳରେ ପଶୁ ଚର୍ବି ଏବଂ ମାଛ ତେଲ ବ୍ୟବହାର କରାଯାଉଥିବା ଖବର ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି । ଆଉ ଏହାରି ମଧ୍ୟରେ କର୍ଣ୍ଣାଟକ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର କରିବା ପାଇଁ କର୍ଣ୍ଣାଟକ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଗାଇଡଲାଇନରେ କୁହାଯାଇଛି ଯେ. ରାଜ୍ୟର ମନ୍ଦିର ପରିଚାଳନା ସଂସ୍ଥା ଅଧୀନରେ ଥିବା ସମସ୍ତ ୩୪ ହଜାରର ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର କରାଯିବ । ରାଜ୍ୟ ଅଧୀନରେ ଥିବା ସମସ୍ତ ମନ୍ଦିରରେ କେବଳ କର୍ଣ୍ଣାଟକ ମିଲ୍କ ଫେଡେରେସନ୍ (କଗୠ) ଦ୍ୱାରା ଉତ୍ପାଦିତ ନନ୍ଦିନୀ ଘିଅ ବ୍ୟବହାର କରାଯିବ। ଠାକୁରଙ୍କ ପାଖରେ ଲାଗିହେଉଥିବା ଭୋଗ ବା ପ୍ରସାଦ ସହ ଦୀପ ଜାଳିବା ପାଇଁ ମଧ୍ୟ ନନ୍ଦିନୀ ଘିଅ ବ୍ୟବହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *