କଲବଲ କରୁଛି କି ରୁପି ସମସ୍ୟା?

କଲବଲ କରୁଛି କି ରୁପି ସମସ୍ୟା?

କଣ ଆପଣ ରୁପି ସମସ୍ୟାରେ ଜୁଝି ହେଉଛନ୍ତି କି ? ରୁପି ସମସ୍ୟାର ଘରୋଇ ଉପାୟ ଖୋଜୁଛନ୍ତି କି ? ତେବେ ଏହି ଭିଡିଓଟିକୁ ଶେଷ ପଯ୍ୟନ୍ତ ଦେଖନ୍ତୁ । ଆଜିକାଲି କେଶ ଝଡିବା, କେଶ ମୂଳରୁ ଉପୁଡିଯିବା ଭଳି ପ୍ରମୁଖ ସମସ୍ୟା ସହ ରୁପି ସମସ୍ୟା ମଧ୍ୟ ବଢି ବଢି ଚାଲିଛି । ସ୍କାଲ୍ଫରେ ହେଉଥିବା ରୁପି ଫଙ୍ଗସ୍ କାରଣରୁ ହୋଇଥାଏ ଯାହା ଡେଡ୍ ସ୍କିନ୍ ସେଲ୍ସ୍ ଯୋଗୁଁ ବଢିଥାଏ। ରୁପିର ଆକାର ଗୁଣ୍ଡ ଏବଂ ଖୋଳପା ଭଳି ହୋଇଥାଏ ଯାହା କୁଣ୍ଡାଇବା ଦ୍ବାରା ବାହାରେ ନାହିଁ । ଏବଂ କୁଣ୍ଡାଇଲେ ଆମ ଡ୍ରେସରେ ପଡିଥାଏା ଆଉ ଏଥିରୁ ବର୍ତିବା ପାଇଁ କିଏ ପାର୍ଲରରେ ଟଙ୍କା ଖର୍ଚ୍ଚ କରୁଛି ତ ଆଉ କିଏ ଡାକ୍ତରଙ୍କ ପରାମର୍ଶ ଲୋଡୁଛନ୍ତି । କିନ୍ତୁ ଏଥିପାଇଁ ମଧ୍ୟ କିଛି ଘରୋଇ ଉପାୟ ରହିଛି । ଯାହା ଆଜି ଆମେ ଏହି ଭିଡିଓ ମାଧ୍ୟମରେ ଆପଣଙ୍କୁ ଅବଗତ କରାଇବୁ ।

ତେବେ ପ୍ରଥମ ଉପାୟ ହେଉଛି ନଡିଆ ତେଲ ଏବଂ ଲେମ୍ବୁ । ନଡିଆ ତେଲ ଏବଂ ଲେମ୍ବୁକୁ ସମାନ ପରିମାଣରେ ମିଶାଇ ମୁଣ୍ଡରେ ଲଗାଇଲେ ଏହା ରୁପି ସମସ୍ୟାକୁ ନିୟନ୍ତ୍ରଣ କରିଥାଏ । ତେବେ ଏଥିପାଇଁ ଆପଣ ୨ ଚାମଚ ନଡିଆ ତେଲରେ ସମାନ ଭାବେ ଲେମ୍ବୁ ମିଶାଇ ଗୋଳାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୨୦ ମିନିଟ୍ ଛାଡ଼ିଦିଅନ୍ତୁ । ପରେ ଚୁଟି ଧୋଇଦିଅନ୍ତୁ । ଏଥିରେ ରୁପି ସମସ୍ୟା ଦୂର ହେବାର ଯଥେଷ୍ଟ ସମ୍ଭାବନା ଥାଏ ।

ସେହିପରି ୨ . ଦହିକୁ ରୁପି ପାଇଁ ରାମବାଣ ଔଷଧ ବୋଲି କୁହାଯାଏ । ଯଦି ଆପଣଙ୍କ ଦେହକୁ ଥଣ୍ଡା ସୁହାଉଥିବ ତାହେଲେ ଚୁଟି ମୂଳରୁ ଆରମ୍ଭ କରି ସଂପୂର୍ଣ୍ଣ କେଶରେ ଦହି ଲଗାଇଦିଅନ୍ତୁ ଏବଂ ଘଣ୍ଟାଏ ପାଇଁ ଛାଡ଼ିଦିଅନ୍ତୁ । ଏହାପରେ ଚୁଟି ସଫା କରିନିଅନ୍ତୁ ।

୩ . ରୁପି ସମସ୍ୟା ଦୂର କରିବା ପାଇଁ ନିମ୍ବରସକୁ ଆପଣାଇପାରନ୍ତି । ଏଥିପାଇଁ ନିମ୍ବପତ୍ରକୁ ବାଟି ଏହା ରସ ବାହାର କରି ୧୦ ରୁ ୧୫ ମିନିଟ୍ କେଶରେ ଲଗାଇ ଛାଡ଼ିଦିଅନ୍ତୁ ଏବଂ ଥଣ୍ଡାପାଣିରେ ମୁଣ୍ଡ ଧୋଇନିଅନ୍ତୁ , ରୁପି ଚାଲିଯିବେ ।

୪ . କମଳା ଚୋପା ରୁପି ଉପରେ ଭଲ ପ୍ରଭାବ ଦେଖାଇଥାଏ । କମଳା ଚୋପାକୁ ବାଟି ଲେମ୍ବୁ ରସ ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ ଏବଂ ଅଧଘଣ୍ଟା ମୁଣ୍ଡରେ ଲଗାଇ ଧୋଇନିଅନ୍ତୁ ।

୬ . ସେହିପରି ଗୋଟିଏ କଦଳୀରେ ୨ କପ୍ ଆପଲ୍ ସାଇଡର ଭିନେଗାର୍ ଗୋଳାଇ ନିଅନ୍ତୁ । ଏହି ପେଷ୍ଟକୁ ଚୁଟିରେ ୨୦ ମିନିଟ୍ ଲଗାଇ ରଖନ୍ତୁ ପରେ ଧୋଇନିଅନ୍ତୁ । ଏହି ପେଷ୍ଟରେ ରୁପି ସମସ୍ୟା ଦୂର ହୋଇଥାଏ ।

୮ . ଅଣ୍ଡାର ଧଳା ଅଂଶକୁ ବାହାର କରି ଚୁଟିରେ ଅଧଘଣ୍ଟା ପାଇଁ ଲଗାଇ ଛାଡ଼ିଦିଅନ୍ତୁ ଏବଂ ଭଲରେ ମୁଣ୍ଡକୁ ଧୁଅନ୍ତୁ । ଏଥିରେ ରୁପି ସମସ୍ୟା ତ ଦୂର ହେବ କିନ୍ତୁ ଭଲରେ ନ ଧୋଇଲେ ଦୁର୍ଗନ୍ଧ ବାହାରିବାର ମଧ୍ୟ ସମ୍ଭାବନା ଅଛି ।

୯ . ରୁପି ସମସ୍ୟା ରୋକିବା ପାଇଁ ମେଥି ଏକ ଭଲ ଉପାୟ ହୋଇପାରେ । ରାତିସାରା ମେଥିକୁ ପାଣି ଭିଜାଇ ରଖନ୍ତୁ । ସକାଳୁ ଏହି ଭିଜା ମେଥିକୁ ବାଟି ମୁଣ୍ଡରେ ପେଷ୍ଟ୍ କରି ଲଗାନ୍ତୁ । ଏଥିରେ ଲେମ୍ବୁ ଚିପୁଡ଼ି ଅଧଘଣ୍ଟା ମୁଣ୍ଡରେ ଲଗାଇ ରଖନ୍ତୁ ଏବଂ ଚୁଟି ସଫା କରୁନ୍ତୁ ରୁପି ସମସ୍ୟା ଦୂର ହେବ ।

author

Related Articles

Leave a Reply

Your email address will not be published. Required fields are marked *