କଲବଲ କଲାଣି ତାତି 45 ଡିଗ୍ରୀ ଡେଇଁଲା…

କଲବଲ କଲାଣି ତାତି 45 ଡିଗ୍ରୀ ଡେଇଁଲା…

ସକାଳୁ ସକାଳୁ କଲବଲ କଲାଣି ତାତି । ରାଜ୍ୟରେ ବଢୁଛି ତାତି ଉପରମୁହାଁ ପାରଦ । 40 ଡିଗ୍ରୀ ପାର କରିଛି ତାପମାତ୍ରା । ଗତକାଲି କିଛି କିଛି ସ୍ଥାନରେ 42 ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୫. ୪ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁରରେ ୪୩ ଡିଗ୍ରୀ, ହୀରାକୁଦରେ ୪୨ ଦଶମିକ ୪ ଡିଗ୍ରୀ, ରାଉରକେଲାରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏପଟେ ଉପକୂଳର ତାପମାତ୍ରା କମ ରହିଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାକୁ ହିଟ ୱେଭ ସହ ଉପକୂଳର ୧୧ ଜିଲ୍ଲାରେ ଗରମ ଗୁଳୁଗୁଳିକୁ ନେଇ ଆଲର୍ଟ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶା ତାପମାତ୍ରା ୪୬ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅସହ୍ୟ ଗୁଳୁଗୁଳି ଓ ଗରମ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତ ଦେଖାଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ଲୋକେ ଅଂଶୁଘାତର ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖରା ଦାଉରୁ ନିଜକୁ ଦୂରେଇ ରଖିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଦିନ 10ଟାରୁ 3 ଟା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ କାମ କରିବାକୁ ମନାକରାଯାଇଥିବା ବେଳେ ଖରାକୁ ବାହାରିଲେ ସାଙ୍ଗରେ ଛତା ଓ ପାଣି ବୋତଲ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଜାରି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *