ଖଲ୍ଲିକୋଟ ସ୍ଥିତ ଆର ସି ଏମ କଲେଜ ସଂଲଗ୍ନ ପଡିଆରେ ଛାତ୍ର ଓ ଦୁଇ ଅଣ ଛାତ୍ରଙ୍କ ମଧ୍ୟରେ ଘଟିଥିବା ଛୁରୀ ମାଡ ଘଟଣାରେ ଦୁଇ ଅଣ ଛାତ୍ର ଗୁରୁତର ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି |ପୋଲିସ ସୂତ୍ରରୁ ମିଳିଥିବା ସୂଚ୍ଚନା ଅନୁଯାଇ କୌଣସି କାରଣକୁ ନେଇ ଉଭୟ କଲେଜ ଛାତ୍ର ଓ ଦୁଇ ଅଣ ଛାତ୍ରଙ୍କ ମଧ୍ୟରେ ରେ ଶତ୍ରୁତାର ସୂତ୍ରପାତ ହୋଇଥିଲା | ହଠାତ ବୁଧବାର ଦିନ ଅର ସି ଏମ କଲେଜ ନିକଟସ୍ଥ ଖେଳ ପଡିଆରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା | ଫଳରେ ଆର ସି ଏମ କଲେଜର ଜଣେ +3 ବାଣିଜ୍ୟ ପଢ଼ୁଥିବା କଲେଜ ଛାତ୍ରଙ୍କ ଆକ୍ରମଣରେ ଦୁଇ ତିନି ଜଣ ଅଣ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି | ଆହତ ଅଣ ଛାତ୍ର ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଧି ନୂଆପଲ୍ଲୀ ଗ୍ରାମର ରାଜା ଗୌଡ଼ ୧ ୯ ଓ ତୋଟା ଗାଁର ବିଜୟ ନାୟକ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ |ରାଜା ଗୌଡ଼ଙ୍କ ଅବସ୍ଥା ଖରାପ ହେବା ଫଳରେ ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଖଲ୍ଲିକୋଟ ମେଡିକାଲକୁ ଆସି ନଥିବା ଜଣାପଡିଛି | ତେବେ ଖଲ୍ଲିକୋଟ ପୋଲିସ ଅଧିକାରୀ ରମେଶ ପ୍ରଧାନ ଆର ସି ଏମ କ୍ୟାମ୍ପସରେ ପହଂଚି କଲେଜ ଅଧକ୍ଷ ଡ଼ଃ. ସୁରେନ୍ଦ୍ରନାଥ ସ୍ୱାଇଁ ଙ୍କ ଓ କଲେଜ ଛାତ୍ରଙ୍କ ସହ ଆଲୋଚନା ଚଳାଇଥିବା ବେଳେ ଖଲ୍ଲିକୋଟ ଥାନାରେ ଏନେଇ ଏକ ଏତଲା ଖଲ୍ଲିକୋଟ ଥାନାରେ ଦଖଲ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି | ଛୁରୀ ମାଡ଼ ଘଟଣା ର କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନି |

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025