କଲେଜ ସାମ୍ନାରେ ଧାରଣାରେ ବସିଲେ ଜଣେ ଛାତ୍ର

କଲେଜ ସାମ୍ନାରେ ଧାରଣାରେ ବସିଲେ ଜଣେ ଛାତ୍ର

ସୁବର୍ଣ୍ଣପୁର ଜିଲ୍ଲା ସଦର ସୋନପୁର କଲେଜ ସାମ୍ନାରେ ଧାରଣାରେ ବସିଲେ ଜଣେ ଛାତ୍ର । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର କଲେଜ ସାମ୍ନାରେ। ଗତ ଜାନୁଆରୀ ୮ ତାରିଖ ଦିନ କଲେଜରେ ଶ୍ରୀକାନ୍ତ ସାହୁ ନାମକ ଜଣେ ଛାତ୍ରଙ୍କୁ ଏବିଭିପି ଛାତ୍ର ସଂଗଠନ ଓ ଅଣ ଛାତ୍ର ମିଶି ଆକ୍ରମଣ କରିଥିଲେ । ଫଳରେ ଶ୍ରୀକାନ୍ତଙ୍କ ମୁଣ୍ଡ ଫାଟି ଯାଇଥିଲା ଓ ସେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି । କିନ୍ତୁ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ହେବ ସୋନପୁର ପୋଲିସ ପ୍ରଶାସନ ଅଭିଯୁକ୍ତ ମାନଙ୍କୁ ଧରି ପାରୁ ନାହିଁ। ତେଣୁ ଆଜି ବାଧ୍ୟ ହୋଇ କଲେଜ ସାମ୍ନାରେ ଶ୍ରୀକାନ୍ତ ଧାରଣାରେ ବସିଛନ୍ତି। ଆଗାମୀ ଦିନରେ କଲେଜ ରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଓ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଏହି ଧାରଣା ଦେଇ ଥିବା କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *