କୁମ୍ଭାର ଓ ପଥର କାମ କରୁଥିବା ଶୀଳ୍ପୀଙ୍କୁ ପରମ୍ପରାକୁ ବଜାଇ ରଖିବା ଏବଂ କଳାକାର ଓ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ଆରମ୍ଭ ହେବାକୁ ଯାଉଛି ବିଶ୍ୱକର୍ମା ଯୋଜନା । ବିଶ୍ୱାକର୍ମାଙ୍କ ପୂଜା ଉପଲକ୍ଷେ ଆଜି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ । ଏହି ଯୋଜନା ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରଯାଇଛି । ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶୀଳ୍ପୀଙ୍କ ପାଇଁ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଅନ୍ତଭୂକ୍ତ ହେବା ପାଇଁ କଳାକାରମାନଙ୍କୁ ପିଏମ ବିଶ୍ୱକର୍ମା ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ । ପଞ୍ଜିକୃତ ଶୀଳ୍ପୀମାନଙ୍କୁ ପିଏମ ବିଶ୍ୱକର୍ମା ସାର୍ଟିଫିକେଟ ସହ ଆଡି କାର୍ଡ ପ୍ରଦାନ କରାଯିବ । ସେମାନଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯିବ । ୧୫ ହଜାର ଟଙ୍କାର ଟୁଲକିଟ୍ ପ୍ରଦାନ କରାଯିବ । ଏଥିସହ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ପର୍ଯ୍ୟନ୍ତ ଏବଂ ଦିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଏଥିପାଇଁ ସେମାନଙ୍କୁ ୫ ପ୍ରତିଶତ ସୁଧ ଦେବାକୁ ପଡିବ ବୋଲି ସୂଚନା ମିଳିଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025