ଦୀର୍ଘ ୧୭ ବର୍ଷ ପରେ ପୂରଣ ହୋଇଛି ଭାରତୀୟ କ୍ରିକେଟ ଟିମର ସ୍ୱପ୍ନ । ୨୦୦୭ ପରେ ୨୦୨୪ରେ ପୁଣି ଥରେ ଟି୨୦ ବିଶ୍ୱକପ ଟ୍ରଫି ହାତେଇଛି ଭାରତୀୟ କ୍ରିକେଟ ଟିମ୍ । ୨୦୦୭ରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଟ୍ରଫି ହାତେଇଥିଲା । ଆଉ ଏବେ ୨୦୨୪ ରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଟି-୨୦ ବିଶ୍ୱକପ ଜିତିଛି । ଆଉ ବିଜୟୀ ହେବା ପରେ ଭାରତୀୟ କ୍ରିକେଟ ଟିମକୁ ଶୁଭେଚ୍ଛାର ସୁଅ ଛୁଟିଛି । କ୍ରିକେଟ ପ୍ରେମୀ ମାନେ ଦଳ ଜିତିବା ଖୁସିରେ ମସଗୁଲ ଥିବା ବେଳେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ଭାରତର ବିଜୟରେ ସେ ନିଜ ଖୁସିକୁ ସମସ୍ତ ଟିମ୍ ମେମ୍ବରଙ୍କ ସହ ସେୟାର କରିଛନ୍ତି । ବିଶ୍ୱକପ ହାରିବା ପରେ ମୋଦି ଦଳର ସମସ୍ତଙ୍କୁ ପ୍ରୋତ୍ସାହନ ଦେଇଥିଲେ । ହାରିବା ଜିତିବା ଲାଗି ରୁହେ କହି ତାଙ୍କୁ ସାହାସ ଦେଇଥିଲେ । ଆଉ ଏବେ ୧୭ ବର୍ଷ ପରେ ଟି ୨୦ ବିଶ୍ୱକପରେ ଭାରତ ତା ନାଁ ସ୍ୱଣ୍ଣାକ୍ଷରରେ ଲେଖିବା ପରେ ମୋଦି ମଧ୍ୟ ଭାବ ବିହ୍ୱଳ ହୋଇପଡିଛନ୍ତି । ଜିତିବାର କିଛି ସମୟ ପରେ ସେ ଫୋନ ଯୋଗେ ଭାରତୀୟ କ୍ରିକେଟ ଟିମର ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଖାଲି ସେତିକି ନୁହେଁ ସେମାନଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଥିଲେ । ଏଥିରେ ସେ ବିଜୟ ପାଇଁ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇ ସେମାନଙ୍କୁ ଚାମ୍ପିଅନ ଘୋଷଣା କରିଥିଲେ । ବିନା କୌଣସି ଟୁଣ୍ଣାମେଣ୍ଟ ହାରି ସେ ବିଜୟ ଲାଭ କରିଥିବାରୁ ନିଜ ଖୁସିକୁ ଭିଡିଓ ମାଧ୍ୟମରେ ପ୍ରକାଶ କରିଥିଲେ ଏବଂ ରୋହିତଙ୍କ ନେତୃତ୍ୱକୁ ପ୍ରଶଂସାରେ ପୋତି ପକାଇଥିଲେ । ସୂଯ୍ୟଙ୍କ ଦମଦାର କ୍ୟାଚ ସହ ରାହୁଲ ଡ୍ରାଭିଡଙ୍କ ନେତୃତ୍ୱକୁ ମଧ୍ୟ ଢେର ପ୍ରଶଂସା କରିଥିଲେ । ତେବେ ଟି ୨୦ରେ ହାରିବା ପରେ ମୋଦି ସେମାନଙ୍କୁ ସାହାସ ଦେଇଥିଲେ ଆଉ ଆଜି ସେମାନଙ୍କୁ ତାରିଫ କରିଛନ୍ତି । ତେବେ ଖାଲି ପ୍ରଧାନମନ୍ତ୍ରୀ ନୁହଁନ୍ତି ଦଳର ଏ ଐତିହାସିକ ବିଜୟ ପାଇଁ ଦେଶର କୋଣ ଅନୁକୋଣରେ ସେଲିବ୍ରେସନ ଜାରି ରହିଥିବା ସୂଚନା ରହିଛି ।

You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025