ପୁଣି ରାସନ କାର୍ଡ ହିତାଧିକାରୀଙ୍କୁ ଝଟକା ଦେଲେ ମନ୍ତ୍ରୀ । ଯୋଗାଣ ମନ୍ତ୍ରୀଙ୍କ ବଡ ସୂଚନା କଟିଯିବ କି ରାସନ କାର୍ଡ ? ଜାନୁୟାରୀ 31 ସୁଦ୍ଧା ଇକେୱାଇସି ନକଲେ ଆଉ ମିଳିବିନି ଚାଉଳ । ହଁ ଆଜ୍ଞା ଏପରି କିଛି ବଡ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଗଷ୍ଟ ମାସରୁ ରାସନ କାର୍ଡ ଇକେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇକେୱାଇସି ସରିଲା ପରେ ସମସ୍ତ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । କିନ୍ତୁ ଏବେ ପର୍ଯ୍ୟନ୍ତ 49 ଲକ୍ଷ ହିତାଧିକାରୀ ରାସନ କାର୍ଡର ଇକେୱାଇସି କରିନାହାନ୍ତି । ଏବଂ ଇକେୱାଇସି ନକଲେ ରାସନ କାର୍ଡ କଟିଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ତେବେ ରାସନ କାର୍ଡ ହିତାଧିକାରୀଙ୍କୁ ପ୍ରତି ମାସ ଚାଉଳ ଓ ଗହମ ପ୍ରଦାନ କରାଯାଉଥିଲା । କିନ୍ତୁ ନିର୍ବାଚନ ପୂର୍ବରୁ ପୂର୍ବର ସରକାର ଗହମ ବନ୍ଦ କରିଦେଇ କେବଳ ଚାଉଳ ଦେଉଥିଲେ । ବର୍ତ୍ତମାନର ବିଜେପି ସରକାରର ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ କି ବିଜେପି ସରକାର ଗଢିଲେ ସମସ୍ତ ହିତାଧିକାରୀଙ୍କୁ ଚାଉଳ ସଙ୍ଗେ ଗହମ ମିଳିବ । ପ୍ରଥମେ ଅକ୍ଟୋବର ମାସରୁ ରାସନ କାର୍ଡରେ ଗହମ ମିଳିବା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ନା ଏବେ ପର୍ଯ୍ୟନ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଗହମ ମିଳିଲା ନା ନୂଆ ରାସନ କାର୍ଡ ମିଳିଲା ।
ରାଜ୍ୟରେ ବିଜେପି ସରକାରକୁ ସାତ ମାସ ବିତିଯାଇଥିବା ବେଳେ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତି ଏବେ ସାଧାରଣ ଜନତାଙ୍କ ପାଇଁ ପାଣିର ଗାର ପାଲଟିଛି । ବର୍ତ୍ତମାନ ରାଜ୍ୟରେ ଦରବୃଦ୍ଧି ସାଧାରଣ ଜନତାଙ୍କୁ କନ୍ଦାଉଛି । ଯାହାଦ୍ୱାରା ସାଧାରଣ ଜନତା ଏବେ ବିଜେପିକୁ ଭୋଟ ଦେଇ ପସ୍ତାଉଥିବା ନେଇ ନାନା ଚର୍ଚ୍ଚା ହେଲାଣି । ନିର୍ବାଚନ ପୂର୍ବରୁ ବିଜେପି ନିଜର ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା କେତେ ସଫଳ ହେଲା ତାହା ତ ଆପଣମାନେ ଠିକ ଜାଣିପାରୁଥିବେ । ପ୍ରଥମ କରି ସରକାରକୁ ଆସିବା ପରେ ମୋହନ ଏବେ ଅଡୁଆରେ ପଡିଯାଇଛନ୍ତି । ମାଳ ମାଳ ପ୍ରତିଶ୍ରୁତି ସିନା ଦେଇଦେଲେ ହେଲେ ତାହାକୁ ପୂରଣ କରିବାରେ ଫେଲ ମାରୁଛନ୍ତି ମୋହନ ସରକାର । କିନ୍ତୁ 24 ବର୍ଷର ସରକାର ପରିବର୍ତ୍ତନ ହେବା ପରେ ମୋହନଙ୍କ ଉପରେ ଲୋକଙ୍କର ଆସ୍ଥା ବଢିଛି ଏବଂ କେବେ ଲୋକଙ୍କ ଆସ୍ଥାକୁ ରଖିବାରେ କେବେ ସଫଳ ହେଉଛନ୍ତି ମୋହନ ସରକାର ।