ପୁରୁଣା ଅଭ୍ୟାସ ଛାଡ । କାମ ନକଲେ ଆଉ କ୍ଷମା କରାଯିବ ନାହିଁ । ଅବହେଳା କିମ୍ୱା ଦୁର୍ନିତିକୁ ଆଦୌ ବରଦାସ୍ତ କରାଯିବନି । ହଠାତ୍ ମୋହନଙ୍କ ଏପରି କଥା ଶୁଣି ଅଫିସର ମାନଙ୍କୁ ଯେତିକି ଝଟକା ଲାଗିନି ବିଜେପିରେ ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରୁଥିବା କିଛି ନେତାଙ୍କୁ ତା ଠାରୁ ଅଧିକ ଝଟକା ଲାଗିଛି । ପ୍ରତିଟି ଭାଷଣରେ ଯିଏ କେବଳ ପୂର୍ବର ସରକାରଙ୍କୁ କଟାକ୍ଷ କରିଆସୁଥିଲେ ସେହି ମୁଖ୍ୟମନ୍ତ୍ରୀ ଏବେ ଅଫିସର ମାନଙ୍କୁ ୱାର୍ଣ୍ଣିଂ ଦେଇଛନ୍ତି । ସିଡିଓ ଓ ବିଡିଓଙ୍କୁ କଠୋର ବାଣୀ ଶୁଣାଇଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଧା ସିଧା କହିଛନ୍ତି ମୋହନ ମୋ ସରଳତାକୁ ଦୁର୍ବଳତା ଭାବ ନାହିଁ । ମୁଁ କଠୋର ନିଷ୍ପତ୍ତି ବି ନେଇପାରେ ।
ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସିଡିଓ ଓ ବିଡିଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଧିକାରୀମାନଙ୍କୁ କଡ୍ଡବାର୍ତ୍ତା ଦେବା ସହ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେବା ସହ କଡ୍ଡା ଭାଷାରେ ମଧ୍ୟ ସତର୍କ କରାଇଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଆକ୍ସନ ଦେଖିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଛି । କାହିଁକିନା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧି ରିମୋଟ କଣ୍ଟ୍ରୋଲ ମୁଖ୍ୟମନ୍ତ୍ରୀର ଆଖ୍ୟା ଦେଇଥିଲେ । ଓଡିଶାର ସାଧାରଣ ଜନତା ମଧ୍ୟ ମୋହନଙ୍କୁ ରିମୋଟ କଣ୍ଟ୍ରୋଲ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି । ଦଳର କିଛି ଗୋଷ୍ଠୀ ମୋହନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରାଯାଉଥିବାର ଅଭିଯୋଗ ମଧ୍ୟ ହେଉଥିଲା । ହେଲେ ଏବେ ନିଜେ ଅପମାନ ପାଇଁ ନିଜେ ମୁହଁ ଖୋଲିବା ସହିତ ଅଫିସରଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ସିଡିଓ ଓ ବିଡିଓ ସମ୍ମିଳନୀରେ ଅଫିସରଙ୍କୁ ମୋହନଙ୍କ ତାଗିଦ ପରେ ବିଜେପିରେ ଏହା କିପରି ପ୍ରଭାବ ପକାଉଛି ତାହା ଦେଖିବାକୁ ଅପେକ୍ଷା ।