ପୁଣି ଦମ୍ଭ ଦେଖାଇଲେ ମମତା ସିଧା ସିଧା ଓଡିଶା ସରକାରଙ୍କ ଉପରେ ବର୍ଷିଲେ । ଭାଇରାଲ ହେଲା ଭିଡିଓ ପାଗେଳୀ ହୋଇଯାଇଛନ୍ତି ମମତା ଦିଦି । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ଏହାପରେ ଏହାକୁ ଜଗନ୍ନାଥ ଧାମ ନାମରେ ନାମିତ କରିବା ମମତା ଦିଦିଙ୍କୁ ମହଙ୍ଗା ପଡିଛି । ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ଏହାକୁ ଜଗନ୍ନାଥ ଧାମ କହିବା ପରେ ପଶ୍ଚିମବଙ୍ଗରୁ ଓଡିଶା ପର୍ଯ୍ୟନ୍ତ ସବୁଆଡେ ମମତାଙ୍କୁ ସମାଲୋଚନା କରାଯିବା ସହିତ ତୀବ୍ର ନିନ୍ଦା ମଧ୍ୟ କରାଯାଉଛି । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପରେ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧା ମୂରତି କେଉଁଥିରେ ନିର୍ମିତ ନେଇ ପ୍ରଶ୍ନ ଉଠିଥିଲା । ଏହାପରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଦିଦି ଦାରୁ ଚୋରି କରିବା କଥା ବି କୁହଗଲା । ଆଉ ଏପରି ସ୍ଥିତିରେ ଏବେ ଦିଦି ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି । ପୁରୀ ଶ୍ରୀମନ୍ଦିରରୁ ଦାରୁ ଚୋରି ଅଭିଯୋଗ ହୋଇଥିଲା ଏ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦାରୁ ଚୋରି ପ୍ରସଙ୍ଗରେ ମମତା ଦିଦି କହିଛନ୍ତି ମୁଁ ଯଦି ସେପରି କରିଥିବି ମୁଁ କାନ ଧରି ବସଉଠ ହେବି ଏବଂ ମୋ ବାଡିରେ କଣ ନିମ୍ୱ ଗଛ ନାହିଁ କି ମୁଁ କାହିଁକି ଚୋରି କରିବି ବୋଲି କହିଛନ୍ତି ମମତା ଦିଦି । ଥରେ ନଜର ପକାନ୍ତୁ ଦିଦିଙ୍କ ଭାଇରାଲ ହେଉଥିବା ଏହି ଭିଡିଓଟି ଉପରେ ।
ଦିଦିଙ୍କ ଏପରି କଥା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ଦିନ ଠାରୁ ହିଁ କୋଟି ଓଡିଆଙ୍କ ପ୍ରାଣକେନ୍ଦ୍ର ଅଂସଖ୍ୟ ଭକ୍ତଙ୍କ ହୃଦୟର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ରାଜନୈତିକ ପାଲା ଚାଲିଛି । ରାଜ୍ୟ ସରକାର ବାରମ୍ୱାର ଏ ନେଇ ମମତା ଦିଦିଙ୍କୁ ଅବଗତ କରାଇଥିଲେ ମଧ୍ୟ ଦିଦି ଏବେ ନିଜ ଜିଦରେ ଅଟଳ । ଦୀଘା ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥ ଧାମ ଲେଖା ହଟାଇବା ପାଇଁ ମମତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଚିଠି ଲେଖିଲେ । କିନ୍ତୁ ମମତା ନିଜର ମନମାନୀ ଚଳାଇଛନ୍ତି । ମହାପ୍ରଭୁଙ୍କୁ ଅସ୍ତ୍ର କରି ଆଗାମୀ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛି ।
କେବଳ ଏମିତି ନୁହେଁ ବରଂ ଦିଦି କହିଛନ୍ତି କି ତାଙ୍କ ନାଁରେ କୁଆଡ ବିଜେପି ସରକାର ଚକ୍ରାନ୍ତ କରୁଛି । ତେବେ ବାରମ୍ୱାର ମମତାଙ୍କୁ ଟୋକିବା ପରେ ବି ଦିଦି ଶୁଣୁନାହାନ୍ତି ଓଲଟା ବିଜେପି ସରକାରଙ୍କୁ ଶୁଣାଉଛନ୍ତି ଏବଂ ନିଜେ ଏମିତି ବାଚାଳାମି କରୁଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।