କାର ଦ୍ରୁତ ବେଗରେ ଆସି ଦୁର୍ଘଟଣା ଘଟାଇଛି ପୁରୀ ବଡଦାଣ୍ଡରେ..

 ୩ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ।

ସାବଧାନତା ପାଇଁ ଅନେକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଏମାନେ। କାରଟି ଅତ୍ୟନ୍ତ ଦ୍ରୁତ ବେଗରେ ଆସିଥିବାର ଅଭିଯୋଗ ରହିଛି। ସ୍ଥିତି ଏପରି ଥିଲା ଯେ ସଫେଇ କର୍ମଚାରୀଙ୍କ ଉପରେ ମାଡି ଯିବ ବୋଲି ଅନୁମାନ କରାଯାଉଥିଲା। ତେବେ ଦୁର୍ଘଟଣାରେ ୩ ଜଣ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଦୁଇ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପୁରୁଷ ଜଣଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତେବେ ବିଳମ୍ବିତ ରାତିରେ କାର୍‌ ଚାଳକ କଟକ ଶିଖରପୁର ଅଞ୍ଚଳର ଉମେଶ ଭଟ୍ଟାଚାର୍ୟ୍ୟକୁ ସାକ୍ଷୀଗୋପାଳ ନିକଟ ବୀରପ୍ରତାପପୁରଠାରେ ହାଇୱେ ପାଟ୍ରୋଲିଂ ପୁଲିସ କାବୁ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *