ରାଜ୍ୟରେ ରଜର ମାହୋଲ ଜମୁଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟ ଜାରି ରହିଛି । କିନ୍ତୁ ଆଉ ଦିନକ ପରେ ଏହି ଗରମ ତାତିରୁ ତ୍ରାହି ମିଳିପାରେ । କାଲିଠୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ମୌସୁମୀ ବାୟୁ ଏବେ କୋରାପୁଟ ଓ ମାଲକାନାଗିରିରେ ସକ୍ରିୟ ଥିବାବେଳେ ଏବେ ଏହା ଆଗକୁ ବଢିବା ପାଇଁ ପାଗ ଅନୁକୂଳ ରହିଛି । ଆଜି ଉପକୂଳ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖି ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା ସମେତ ଅନେକ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।

You can share this post!
author