କାଲି ଉଠିବ ପଡିବ ବିଧାନସଭା….ପ୍ରମିଳା-ଅରୁଣଙ୍କ କାନରେ ନବୀନ କହିଲେ ଏମିତି !

କାଲି ଉଠିବ ପଡିବ ବିଧାନସଭା….ପ୍ରମିଳା-ଅରୁଣଙ୍କ କାନରେ ନବୀନ କହିଲେ ଏମିତି !

ଆସନ୍ତକାଲି ଠାରୁ ଆରମ୍ଭ ହେବ ବିଧାନସଭାରେ ଶୀତକାଳୀନ ଅଧିବେଶନ । ପାଞ୍ଚମାସର ସରକାରର ଦୋଷ ଦୁର୍ବଳତାକୁ ଥାକ କରି ଶଙ୍ଖଭବନରେ ବିଜେଡି ବିଧାୟକଙ୍କୁ କର୍ଣ୍ଣମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳଳିତ ଥର ପ୍ରଥମ ଥର ପାଇଁ ବିରୋଧି ଭୂମିକାରେ ରହିଛି ବିଜୁ ଜନତା ଦଳ । ବିଧାନସଭାରେ 51 ବିଜେଡି ବିଧାୟକ ଚଳିତ ଶୀତକାଳୀନ ଅଧିବେଶନରେ ବିଜେପି ସରକରଙ୍କୁ ଘେରିବା ପାଇଁ ପ୍ରସଙ୍ଗ ଏକାଠି କରୁଛନ୍ତି ।

ଆଜି ସନ୍ଧ୍ୟାରେ ଶଙ୍ଖଭବନରେ ଅନୁଷ୍ଠିତ ହୋଇଯାଇଛି ବିଜେଡିର ବିଧାୟକ ଦଳୀୟ ବୈଠକ । ଏହି ବୈଠକରେ ବିଜେଡିର ସମସ୍ତ ବିଧାୟକ ମଣ୍ଡଳୀ ଯୋଗଦେଇଥିଲେ । ଦୀର୍ଘ ପାଞ୍ଚ ମାସ ହୋଇଯିବ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ଫେଲ ମାରୁଛନ୍ତି ମୋହନଙ୍କ ସରକାର । ସେହପରି ଯଦି ଦେଖିବା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ,ଆମ୍ୱଟାକୁଆ ମୃତ୍ୟୁ,କଟକ ଗଣଦୁଷ୍କର୍ମ ଭଳି ମାମଲା, ହାତୀ ମୃତ୍ୟୁ ଏବଂ 3000 ଟଙ୍କା ଭତ୍ତା ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠାଇବା ପାଇଁ ବିଧାୟକଙ୍କୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି ।

କେବଳ ବିରୋଧି ବିଜେଡି ନୁହେଁ ବରଂ କଂଗ୍ରେସ ଏବଂ ଶାସକ ଦଳ ବିଜେପିର ମଧ୍ୟ ବିଧାୟକ ମଣ୍ଡଳୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେପଟେ ବିଜେପି ପୂର୍ବରୁ 24 ବର୍ଷର ସରକାର ରହିଥିବା ବିଜେଡିର ଦୋଷ ଦୁର୍ବଳତାକୁ ଏକାଠି କରୁଛି । କିପରି ବିଧାନସଭାରେ ବିରୋଧିଙ୍କ ପ୍ରଶ୍ନବାଣର ସାମ୍ନା କରି ଏହାର ଉତ୍ତର ଦେବେ ସେ ନେଇ ମନ୍ତ୍ରୀ ଓ ବିଧାୟକଙ୍କୁ ଟ୍ୟୁସନ କରିଛନ୍ତି ମୋହନ ମାଝୀ ।

ଯଦି ଦେଖିବା ଏହା ପୂର୍ବରୁ ଲୋକସେବା ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୁରମା ପାଢୀଙ୍କ ଅଧକ୍ଷତାରେ ବିଜେଡି ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏହି ବୈଠକରେ ଉପସ୍ଥିତ ରହିଥିଲେ । ତେବେ ତିନି ରାଜନୈତିକ ଦଳ ମାନଙ୍କ ଏହି ପ୍ରସ୍ତୁତି ବିଧାନସଭାର ଏହି ଅଧିବେଶନକୁ କେତେ ସରଗରମ କରୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *