
ଆସନ୍ତା କାଲି କୁଆରୀ ମାନଙ୍କର କୁମାର ପୂର୍ଣ୍ଣିମା ପୂଜା । ଯାହାକୁ ନେଇ କୁଆରୀ ଝିଅ ମାନେ ସଜବାଜ ଆରମ୍ଭ କଲେଣି । ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି । ଗୁଆ, ଖଇ, ଫଳ ଓ ଫୁଲ ଆଦିରେ ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପୂଜା କରନ୍ତି । ସଞ୍ଜ ହେଲେ ତୁଳସୀ ଚଉରା ମୁଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି । ଜହ୍ନ ଉଇଁଲେ ଜହ୍ନି ଫୁଲ, ଫଳ ଓ ଖଇ ଆଦି ଆଞ୍ଜୁଳି ଟେକନ୍ତି ।ତେବେ ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଛି । ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ହେବ । ଏ ନେଇ କୁମାର ପୂର୍ଣ୍ଣିମାରେ ମା ଗଜଲକ୍ଷ୍ମୀଙ୍କ ପୂଜାବିଧ୍ୟ ସହ କୁଆଁରୀ ମାନଙ୍କର ପୂଜାବିଧ୍ୟ ମଧ୍ୟ ସଂପୂର୍ଣ୍ଣ ରୂପେ ବଦଳି ଯାଇଛି । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ତେବେ ସମସ୍ତ ପୂଜା ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡ ପୂର୍ବରୁ ଶେଷ କରିବାକୁ କୁହାଯାଇଛି ।