
ଉତ୍ତରାକାଶୀର ଉତ୍ତରାଖଣ୍ଡରେ ଦୀର୍ଘ ଦିନ ହେଲା ଫସିରହିଛନ୍ତି ୪୧ଜଣ ଶ୍ରମିକ । ତେବେ ବର୍ତ୍ତମାନ ଏଜ ଆଶ୍ୱାସ୍ଥି ପୂର୍ଣ୍ଣ ଖବର ଆସିଛି କି ଆସନ୍ତାକାଲି ସୁଦ୍ଧା ଶେଷ ହୋଇପାରେ ରେସ୍କ୍ୟୁ ଅପରେସନ୍ । ଗତକାଲି ରାତିରୁ କାମରେ ଲାଗିଛି ଆମେରିକାର ଅଗର ମେସିନ୍ । ସୁଡଙ୍ଗ ନିକଟରେ ୪୦ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି । ଏହା ସହ ଜରୁରୀକାଳୀନ ସେବା ୧୦୮କୁ ଆଲର୍ଟରେ ରଖାଯାଇଛି ।
୧୧ ଦିନ ହେଲା ଉତ୍ତରକାଶୀର ନିର୍ମାଣାଧୀନ ଟନେଲରେ ୪୧ ଜଣ ଶ୍ରମିକ ଫସି ହୋଇ ରହିଛନ୍ତି । ଏବେ ତିନିଟି ଯୋଜନାରେ କାମ କରାଯାଉଛି । ଏବେ ବି ଅଗର ମେସିନ୍ ଉପରେ ଯଥେଷ୍ଟ ବିଶ୍ୱାସ ରହିଛି । ଉଦ୍ଧାରକାରୀ ଟିମ୍ ସିଲକ୍ୟାରୀ ପଟୁ ଭର୍ଟିକାଲ ଡ୍ରିଲିଂ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ୭ ପର୍ଯ୍ୟନ୍ତ ମିଟର ଖନନ ଶେଷ ହୋଇଛି । ଯଦି ଅଗର ମେସିନ୍ ରାସ୍ତାରେ ବଡ଼ ପଥର ଏବଂ ଷ୍ଟିଲ୍ ଆସେ, ତେବେ ସେଗୁଡ଼ିକୁ କାଟିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଏହି ଯୋଜନା ବିଫଳ ହେଲେ ଦ୍ୱିତୀୟ ଯୋଜନାରେ ସୁଡଙ୍ଗର ଉଭୟ ପଟୁ ଖୋଳାଯାଇ ରାସ୍ତା ନିର୍ମାଣ କରାଯିବ । ଏହା ବ୍ୟତୀତ ତୃତୀୟ ବିକଳ୍ପ ଭାବେ ଡଣ୍ଡଲଗାଓଁ ପଟୁ ଖୋଳାଯିବ । ଏଥିପାଇଁ ସର୍ଭେ ମଧ୍ୟ ଶେଷ ହୋଇଛି ।