ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କାଳୀ ପୂଜାର ଗୋଟିଏ ଦିନ ପୂର୍ବରୁ କାଳୀ ମନ୍ଦିରରେ ଚୋରି । ମନ୍ଦିରରେ ପଶି ମାଆଙ୍କ ମୂର୍ତ୍ତି ଭାଙ୍ଗିବା ସହ ମାଆଙ୍କ ଅଳଙ୍କାର ଲୁଟପାଟ କରିଛି । ଚୋରି କରି ପଳାଇ ଯାଉଥିବା ସମୟରେ ଲୋକଙ୍କ ହାତରେ ଧରାପଡିଲେ ଯୁବକ । ସ୍ଥାନୀୟ ଲୋକେ ଦୁର୍ବୁତ୍ତକୁ ପୋଲିସରେ ଦେଇଛନ୍ତି । ସୂଚନା ଅନୁସାରେ କୁଚିଣ୍ଡା ବଜାରେ ଥିବା କାଳୀ ମନ୍ଦିରର ତାଲା ଭାଙ୍ଗି ପଶିଥିଲେ ଯୁବକ । ଏହାପରେ ମାଆ କାଳୀଙ୍କ ମୂର୍ତ୍ତି, ପାଶ୍ୱର୍ଦେବାଦେବୀଙ୍କ ମୂର୍ତ୍ତି କୁ ଭାଙ୍ଗି ମାଆଙ୍କ ଅଳଙ୍କାର, ବାସନ କୁସନ, ଘଣ୍ଟ, ପିତଳ ସାମଗ୍ରୀ, ଖଣ୍ଡା ପ୍ରଭୃତି ନେଇ ପଳାଉଥିବା ବେଳେ ଲୋକଙ୍କ ହାତରେ ଧରାପଡିଥିଲେ ।

You can share this post!
author
Related Articles
ମୋହନଙ୍କୁ ନାକେଦମ୍ କରିବେ ପ୍ରମିଳା !
- May 29, 2025
ଜୁନରେ ପୁଣି ନିର୍ବାଚନ…
- May 29, 2025
ମୋହନଙ୍କ ତଣ୍ଟିରେ କଣ୍ଟା ମନମୋହନ !
- May 29, 2025