କାଳୀ ମନ୍ଦିରରେ କଳାକନା ବୁଲାଇଲେ

କାଳୀ ମନ୍ଦିରରେ କଳାକନା ବୁଲାଇଲେ

ବେଗୁନିଆପଡା ପୋଲିସକୁ ଚକମା ଦେଖାଇ ପ୍ରତ୍ୟେକ ଦିନ କୌଣସି ନା କୌଣସି ସ୍ଥାନରୁ ଲୁଟୁଛନ୍ତି ଦୁର୍ବୁତ୍ତମାନେ | ସେଥିରୁ ବାଦ ପଡିନି ଚିଙ୍ଗୁ୍ଡିଖୋଲ କାଳି ମନ୍ଦିର | ମିଳିଥିବା ଖବର ଅନୁଯାୟୀ ଦୁବୃତ୍ତ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା । ରବିବାର ରାତିରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ବହୁ ପୂରାତନ ମା କାଳୀ ଙ୍କ ମନ୍ଦିରରେ ଚୋର ମାନେ ପଶି କଳା କନା ବୁଲାଇଛନ୍ତି । ଚୋରମାନେ ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥକୁ ଲୁଟି ନେଇଯାଇଛନ୍ତି। ତେବେ ସକାଳେ ମନ୍ଦିର ପୂଜାରୀ ଏହା ଦେଖିବା ପରେ ପରିଚାଳନା କମିଟିକୁ ଏହି ଘଟଣା ବାବଦରେ ଜଣାଇଥିଲେ । ଏହାପରେ ପରିଚାଳନା କମିଟି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି ।

author

Related Articles

Leave a Reply

Your email address will not be published. Required fields are marked *