ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ରହିଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପହଲଗାମ ଠାରେ ପର୍ଯ୍ୟଟକଙ୍କ ଉପରେ ବର୍ବରତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶ ଏକ ପ୍ରକାର ସ୍ତବ୍ଧ ପାଲଟିଯାଇଛି। ଯେପରି ଭାବରେ ଆତଙ୍କବାଦୀ ମାନେ ପର୍ଯ୍ୟଟକଙ୍କ ପରିଚୟ ପଚାରି ଜଣଙ୍କ ପରେ ଜଣଙ୍କ ଏପରି ୨୬ ରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ହତ୍ୟା କରିଥିବା ବେଳେ ଅନେକ ଗୁରୁତ୍ତର ରହିଛନ୍ତି ସେହି ଘଟଣାକୁ ନେଇ ସାରା ଦେଶ ନିନ୍ଦା କରୁଛି । ଏଭଳି ସମୟରେ ଉକ୍ତ ଘଟଣାକୁ ନିନ୍ଦା କରିବା ସହିତ ମୃତକଙ୍କ ଆତ୍ମାର ସଦଗତି କାମନା କରି ବ୍ରହ୍ମପୁର ପ୍ରେସ କ୍ଳବ୍ ପକ୍ଷରୁ ନୀରବ ପ୍ରାର୍ଥନା କରିବା ସହିତ ଆହାତ ମାନେ ଶ୍ରୀଘ୍ର ଯେପରି ଆରୋଗ୍ୟ ଲାଭ କରିବେ ସେ ନେଇ ପ୍ରାର୍ଥନା କରାଯାଇଥିଲା । ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମାଙ୍କ ସଭାପତିତ୍ଵରେ ଆୟୋଜିତ ନୀରବ ପ୍ରାର୍ଥନା ସହିତ ଶୋକସଭାରେ ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ନିତିଶ ଶେଖର ଯୋଗ ଦେଇ ପହଲଗାମ ଠାରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକକଙ୍କ ପରିବାର ପ୍ରତି ଶୋକବ୍ୟକ୍ତ କରିଥିଲେ ।ଏହି ଅବସରରେ ବରିଷ୍ଠ ସମ୍ୱାଦିକଙ୍କ ସମେତ ସହରର ବହୁ ଗଣମାଧ୍ୟମ ପ୍ରତିନିଧି ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025