ନିକଟରେ ଭଦ୍ରକ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିବା ବେଳେ ବିଜେଡି ବିଧାୟକଙ୍କୁ ଅପମାନ ଦିଆଯାଇଥିବା ନିଜେ ବିଧାୟକ ଅଭିଯୋଗ ଆଣିଛନ୍ତି । ଖୋଦ ଅଞ୍ଚଳର ବିଧାୟକଙ୍କୁ ଅତିଥି ଭାବେ ନିମନ୍ତ୍ରଣ ନକରାଯାଇ ହାରିଥିବା ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସାଯାଇଥିଲା । ଯାହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ତେବେ ଅଭିଯୋଗ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କୌଣସି ଜିଲ୍ଲା ଗସ୍ତ ସମୟରେ ସେ ଜିଲ୍ଲାର ସମସ୍ତ ବିଧାୟକ ମାନେ ଉକ୍ତ କାଯ୍ୟକ୍ରମରେ ସାମିଲ ହେବା କଥା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଜିଲ୍ଲା ଗସ୍ତ ସମୟରେ ଏପରି ହୋଇନଥିଲା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିବାଚନ ମଣ୍ଡଳୀର ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ଏଠାରେ ଅତିଥି ଭାବେ ନିମନ୍ତ୍ରଣ ହୋଇନଥିବା ନିଜେ ବିଧାୟକ ଅଭିଯୋଗ ଆଣିଛନ୍ତିା ଏବଂ ଏଥିରେ ଜିଲ୍ଲା ପ୍ରଶାସନର ଅବହେଳାକୁ ଦର୍ଶାଇଛନ୍ତିା ଏପରିକି କୌଣସି ଫଳକରେ ତାଙ୍କ ନାଁ ନଥିବା ମଧ୍ୟ କହିଛନ୍ତି ବାପି । ଏହା ସହ ଯେଉଁଠି ସରକାରୀ କାଯ୍ୟକ୍ରମରେ ବିଧାୟକ ଉପସ୍ଥିତ ରହୁନାହାନ୍ତି ସେଠାରେ ମଞ୍ଚ ଉପରେ କିପରି ହାରିଥିବା ପ୍ରାର୍ଥୀଙ୍କୁ ବସାଇଲେ ସେନେଇ ପ୍ରଶ୍ନ କରିଛନ୍ତି ବାପି ରାୟ ।
ତେବେ କେବଳ ବିରୋଧୀ ବିଜେଡି ବିଧାୟକଙ୍କ ଏପରି ଅବସ୍ଥା ଯେ, ତାହା ନୁହେଁ, ଖୋଦ ଶାସକ ଦଳର ମନ୍ତ୍ରୀ ମାନେ ନିଜ ଦଳର ବିଧାୟକଙ୍କୁ ବେଖାତିର କରୁଥିବା ଏବଂ ବୈଠକରେ ସାମିଲ କରୁନଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ବଲାଙ୍ଗୀର ବିଜେପିର କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡିଥିଲା । ବଲାଙ୍ଗୀରରେ ମନ୍ତ୍ରୀ ସମୀକ୍ଷା ବୈଠକ କରୁଥିବା ବେଳେ ବାହାରେ ବିଜେପିର ବିଧାୟକ ନବୀନ ଜୈନ ବସିଥିବା ଏବଂ ତାଙ୍କ କଥା ମନ୍ତ୍ରୀ ଶୁଣୁନଥିବା ଅଭିଯୋଗ ଆସିଥିଲା । ଆଉ ଏଥିରୁ ବିଜେପି ନେତାଙ୍କ ମନମାନୀ ବଢି ବଢି ଚାଲିଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ତେବେ ଦେଖାଯାଉ ଏ ମନମାନୀ ବିଜେପିକୁ ବୁଡାଇବାରେ କେତେ ଗୁରୁତ୍ୱପୂଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ଆଗାମୀ ଦିନରେ ବିଜେପିକୁ କେତେ ଭାରି ପଡୁଛି ।